ଭୁବନେଶ୍ୱର: ଓଡ଼ିଶାରେ ଦୁର୍ନୀତି ଅଭିଯୋଗରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ହୋଇଥିବା ମାମଲାର ତଥ୍ୟ ବିଧାନସଭାରେ ସାମ୍ନାକୁ ଆସିଛି। ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରଶ୍ନର ଉତ୍ତରରେ ସୋମବାର ମୁଖ୍ୟମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ୨୦୨୪ ଜୁନ୍ ୧୨ରୁ ୨୦୨୬ ନଭେମ୍ବର ୧୫ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୪୧ଟି, ଲାଞ୍ଚ ନେବା ଅଭିଯୋଗରେ ୨୩୭ଟି ଏବଂ ଅର୍ଥ ତୋଷରପାତ ଅଭିଯୋଗରେ ୧୪୭ଟି ମାମଲା ରୁଜୁ ହୋଇଛି।
ଏହି ମାମଲାଗୁଡ଼ିକରେ ମୋଟ ୭୦୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି।
ସେମାନଙ୍କ ମଧ୍ୟରେ ୧୩୫ ଜଣ ପ୍ରଥମ ଶ୍ରେଣୀ, ୧୧୪ ଜଣ ଦ୍ୱିତୀୟ ଶ୍ରେଣୀ, ୩୮୪ ଜଣ ତୃତୀୟ ଶ୍ରେଣୀ ଏବଂ ୧୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି।
ଅନ୍ୟପକ୍ଷରେ, ମୋଟ ୫୨୫ଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ୨୪୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଅଦାଲତରେ ଦୋଷ ପ୍ରମାଣିତ ହୋଇଛି।

