Dailyhunt
ଚୌଦ୍ବାର ଜେଲ ଫେରାର୍ କେସ୍‌ରେ ବଡ଼ ସଫଳତା: ରାଜା ସାହାଣୀ ଋଷିକେଶରୁ ଗିରଫ

ଚୌଦ୍ବାର ଜେଲ ଫେରାର୍ କେସ୍‌ରେ ବଡ଼ ସଫଳତା: ରାଜା ସାହାଣୀ ଋଷିକେଶରୁ ଗିରଫ

The UTKAL PRAHARI 2 weeks ago

ଟକ: ଚୌଦ୍ବାର ସର୍କଲ ଜେଲରୁ ଫେରାର୍ ହୋଇଥିବା କଏଦୀ ରାଜା ସାହାଣୀକୁ ଶେଷରେ ପୋଲିସ ଗିରଫ କରିଛି। ବିହାରର ବାସିନ୍ଦା ରାଜା ସାହାଣୀକୁ ଉତ୍ତରାଖଣ୍ଡର ଋଷିକେଶରୁ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଧରିଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଏହି ଘଟଣାରେ ଅନ୍ୟ ଜଣେ ଫେରାର୍ କଏଦୀ ମଧୁକାନ୍ତ ରାଣାକୁ ଉତ୍ତରପ୍ରଦେଶର ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା।

ଦୁହେଁ ଦଶହରା ଅବସରରେ ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିଲେ।

ପୋଲିସ ସୂଚନା ଅନୁସାରେ, ମଧୁକାନ୍ତ ଓ ରାଜା ପ୍ରାୟ ୨୫ରୁ ୩୦ ଦିନ ଧରି ଯୋଜନାବଦ୍ଧ ଭାବେ ସେଲର ଗ୍ରିଲ କାଟିଥିଲେ। ଶେଷରେ ଦଶହରା ରାତିରେ ସେଲରୁ ବାହାରି କମ୍ବଳ, ଚାଦର ଓ ଲୁଙ୍ଗିକୁ ଦୋରିରେ ପରିଣତ କରି ଜେଲ ପାଚେରୀ ଡେଇଁ ପଳାଇଥିଲେ।

TagsARRESTEDchoudwar jailRISHIKESH

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari