Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦଶରଥପୁର ବ୍ଲକ୍‌ର ୪ଟି ପଞ୍ଚାୟତରେ ବୁଲା ବିକାଳିଙ୍କୁ ବାରଣ

ଦଶରଥପୁର ବ୍ଲକ୍‌ର ୪ଟି ପଞ୍ଚାୟତରେ ବୁଲା ବିକାଳିଙ୍କୁ ବାରଣ

The UTKAL PRAHARI 3 weeks ago

ଯାଜପୁର: ଦହିବରା ଖାଇ ଜଣେ ମୃତ, ୫୦ ଅସୁସ୍ଥ ହେବା ଘଟଣା । ଦଶରଥପୁର ବ୍ଲକ୍‌ର ୪ଟି ପଞ୍ଚାୟତରେ ବୁଲା ବିକାଳିଙ୍କୁ ବାରଣ କରାଯାଇଛି । କୌଣସି ବୁଲା ବିକାଳି ଖାଇବା ଜିନିଷ ନ ବିକିବାକୁ ବିଡିଓ ନିର୍ଦ୍ଦେଶ ଜାରି କରିଛନ୍ତି ।

ଜୟନ୍ତରା, ଦଶରଥପୁର, ଇଜାପୁର, ଚମ୍ପେଇଇପାଳ ପଞ୍ଚାୟତରେ ବାରଣ କରାଯାଇଛି ବୁଲା ଖାଦ୍ୟ । ଦହିବରା ବିକ୍ରି କରିଥିବା ବିକାଳିକୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ, ଦହିବାର ଖାଇ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗାଁର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକେ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥଙ୍କୁ ନିକଟସ୍ଥ ଦଶରଥପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୦ ଜଣ ଛୁଆ ଚିକିତ୍ସିତ ହେଉଛନ୍ତି ।

Tagsbanneddahibarafoodjajpursick

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari