Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଧାମନଗରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସୂର୍ଯ୍ୟବଂଶୀ

The UTKAL PRAHARI 3 weeks ago

ଯାଜପୁର, 4 ମେ- ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନ୍ୟ ପ୍ରସ୍ତାବିତ କାର୍ଯ୍ୟ ବିଷୟରେ ଉପସ୍ଥିତ ଅଧିକାରୀମାନଙ୍କ ସହ ସୋମବାର ସକାଳ ସମୟରେ ସମୀକ୍ଷା କରିଛନ୍ତି। ଏଥିସହ ନିର୍ମାଣାଧୀନ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ସହିତ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ରୂପରେଖ ଗତିଶୀଳ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଧାମନଗରକୁ ଏକ ଆଧୁନିକ ଓ ସର୍ବସୁବିଧା ସମ୍ପନ୍ନ ସହର ଭାବେ ଗଢ଼ି ତୋଳିବା ନେଇ ସଂକଳ୍ପବଦ୍ଧ ଏବଂ ଲୋକଙ୍କ ସୁବିଧା ଓ ଅଞ୍ଚଳର ବିକାଶ ହିଁ ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଦାଉରୁ ଧାମନଗରକୁ ସୁରକ୍ଷିତ ରଖିବା ପାଇଁ ଆମର ପ୍ରତିବଦ୍ଧତା ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି। ବହୁ ପ୍ରତୀକ୍ଷିତ ବୈତରଣୀ-କୋଚିଳା ଘେରିବନ୍ଧ ନିର୍ମାଣ କାର୍ଯ୍ୟର ଶୁଭ ଭୂମିପୂଜନ କାର୍ଯ୍ୟକ୍ରମ ଆଜି ସମାପନ ହୋଇଛି। ​ବୈତରଣୀ ଓ କୋଚିଳା ନଦୀର ପଛୁଆ ପାଣି ଯୋଗୁଁ ହସନାବାଦ, ପଧାନୀ, ଅର୍ଜୁନପୁର ଓ ଗୋପବନ୍ଧୁନଗର ଭଳି ଅଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଏହି ପ୍ରକଳ୍ପ ଦ୍ୱାରା ହୋଇପାରିବ। ଆଞ୍ଚଳିକ ବିକାଶ ଓ ଜନସାଧାରଣଙ୍କ ସୁରକ୍ଷା ଆମର ପ୍ରାଥମିକତା।

Tagsdham nagarmeetingREVIEWsuryabanshi suraj

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari