Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଧାନ ବିଲରେ ଚାଷୀଙ୍କୁ ଦଳିଦେଲା ଦନ୍ତାହାତୀ

ଧାନ ବିଲରେ ଚାଷୀଙ୍କୁ ଦଳିଦେଲା ଦନ୍ତାହାତୀ

ମ୍ପୁଆ: ଧାନ ବିଲରେ ପଶି ଫସଲ ଖାଉଥିବା ହାତୀପଲକୁ ଘଉଡ଼ାଇବା ଜଣେ ଚାଷୀଙ୍କ ପାଇଁ ମହଙ୍ଗା ପଡ଼ିଛି। ହାତୀ ଆକ୍ରମଣରେ ଚାଷୀ ବିଶ୍ବନାଥ ମହାନ୍ତ (୪୮)ଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ବସିରା ଗାଁର ଚତୁରୀ ସାହିରେ ଘଟିଛି।

ସୂଚନା ଅନୁଯାୟୀ, ପ୍ରାୟ ୨୫ଟି ହାତୀକୁ ନେଇ ଏକ ହାତୀପଲ ଗତ ଦୁଇ ଦିନ ଧରି କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହିଛି।

ହାତୀପଲଟି ଜଙ୍ଗଲରୁ ବାହାରି ଆଖପାଖ ଅଞ୍ଚଳରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଜଣାପଡ଼ିଛି।

ଆଜି ବିଶ୍ବନାଥଙ୍କ ଧାନ ବିଲରେ ହାତୀପଲ ପଶି ଧାନ ଖାଉଥିଲେ। ଫସଲକୁ ରକ୍ଷା କରିବା ପାଇଁ ସେ ହାତୀଗୁଡ଼ିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗୋଟିଏ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରି ଦଳିଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବିଶ୍ବନାଥଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀପଲର ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari