Dailyhunt
ଏବେ ସୁଦ୍ଧା 77 ଲକ୍ଷ ମେଟ୍ରିକ୍ ଟନ ଧାନ କିଣା

ଏବେ ସୁଦ୍ଧା 77 ଲକ୍ଷ ମେଟ୍ରିକ୍ ଟନ ଧାନ କିଣା

ଭୁବନେଶ୍ୱର, ୦୨ ଏପ୍ରିଲ - ଚଳିତ ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । 18 ଲକ୍ଷ 64 ହଜାର ଚାଷୀ ଧାନ ବିକ୍ରି କରିଛନ୍ତି । ଏଯାବତ୍ 77 ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ବାକି ବଳକା ଧାନ କିଣିବାକୁ 7 ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର ।

ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି, ସେମାନେ ଏହି 7 ଦିନ ଭିତରେ ଧାନ ବିକ୍ରି କରିପାରିବେ । ମିଲରେ ଜାଗାର ଅଭାବ ପାଇଁ ଧାନ କିଣା ପ୍ରକ୍ରିୟା ଟିକେ ବିଳମ୍ବ ହୋଇଥିଲା । ଜଣେ ବି ଚାଷୀର ଧାନ ରହିବ ନାହିଁ । ସରକାର ସମସ୍ତ ଧନ ଉଠାଇବେ । ଆସନ୍ତାବର୍ଷକୁ ଏପରି ସମସ୍ୟା ଯେପରି ନହେବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Tagskharifpaddysale

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari