କେରଳ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଦିଆଯାଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କ୍ଷମା ମାଗିଛନ୍ତି। ଗୁଜରାଟ ଲୋକଙ୍କୁ ନେଇ ହୋଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ନିଜ ପକ୍ଷରୁ ଦୁଃଖ ପ୍ରକାଶ କରିଛନ୍ତି।
ଖଡଗେ କହିଛନ୍ତି ଯେ, ସେ ଜାଣିଶୁଣି ଏଭଳି କୌଣସି ଟିପ୍ପଣୀ ଦେଇନଥିଲେ।
ତାଙ୍କ ଭାଷଣର କିଛି ଅଂଶକୁ ଭୁଲ୍ ଭାବେ ବ୍ୟାଖ୍ୟା କରାଯାଇ ଚର୍ଚ୍ଚାକୁ ବଢ଼ାଯାଇଛି। ତଥାପି, ଯଦି କାହାର ଭାବନାକୁ ଆଘାତ ଲାଗିଥାଏ, ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି।
ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଲେଖିଛନ୍ତି ଯେ, ଗୁଜରାଟର ଲୋକଙ୍କ ପ୍ରତି ତାଙ୍କର ସର୍ବଦା ସମ୍ମାନ ରହିଛି ଏବଂ ରହିବ। ସେମାନଙ୍କ ଭାବନାକୁ ଆଘାତ ଦେବା ତାଙ୍କ ଉଦ୍ଦେଶ୍ୟ ନଥିଲା।
ଏହି ଘଟଣାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଚାଲିଥିବା ବେଳେ, ଖଡଗେଙ୍କ ଏହି କ୍ଷମାପ୍ରାର୍ଥନା ବିବାଦକୁ କିଛି ପର୍ଯ୍ୟନ୍ତ ଶାନ୍ତ କରିବ ବୋଲି ମନେ କରାଯାଉଛି।
Tagsapologizescongress leadermallikarjun kharge

