Dailyhunt
ଜନଗଣନା ୨୦୨୭ ଆରମ୍ଭ: ପ୍ରଥମଥର ପୂର୍ଣ୍ଣ ଡିଜିଟାଲ୍ ବ୍ୟବସ୍ଥା

ଜନଗଣନା ୨୦୨୭ ଆରମ୍ଭ: ପ୍ରଥମଥର ପୂର୍ଣ୍ଣ ଡିଜିଟାଲ୍ ବ୍ୟବସ୍ଥା

The UTKAL PRAHARI 0 months ago

ଭାରତର ସର୍ବବୃହତ୍ ପ୍ରଶାସନିକ ଅଭିଯାନ 'ଜନଗଣନା ୨୦୨୭' ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ 'ଗୃହତାଲିକା ଓ ଗୃହ ଗଣନା ମାଧ୍ୟମରେ ଏହି ପ୍ରକ୍ରିୟାକୁ ଶୁଭାରମ୍ଭ କରାଯାଇଛି। ଏହା ପ୍ରଥମଥର ପାଇଁ ପୂର୍ଣ୍ଣ ଡିଜିଟାଲ୍ ତଥ୍ୟ ସଂଗ୍ରହ ଓ ସ୍ୱୟଂ-ନିବନ୍ଧନ ବ୍ୟବସ୍ଥା ସହିତ ଚାଲିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱୟଂ-ନିବନ୍ଧନ ସହିତ ଜାତୀୟ ଗଣନା ଅଭିଯାନ ଆରମ୍ଭ ହୋଇଥିବାବେଳେ ଉପରାଷ୍ଟ୍ରପତି ସି.ପି.

ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅନଲାଇନ୍‌ ମାଧ୍ୟମରେ ନିବନ୍ଧନ ସମ୍ପୂର୍ଣ୍ଣ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସହିତ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱୟଂ-ନିବନ୍ଧନ ସୁବିଧା ଆରମ୍ଭ ହୋଇଛି। ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ଘରେଘରେ ଗଣନା କାର୍ଯ୍ୟ ଚାଲିବ।

ଏହି ପ୍ରକ୍ରିୟାରେ ଗୃହ ସ୍ଥିତି, ସୁବିଧା ଓ ସମ୍ପତ୍ତି ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ହେବ, ଯାହା ଭବିଷ୍ୟତ ଯୋଜନା ଓ ନୀତି ନିର୍ମାଣ ପାଇଁ ଭିତି ତିଆରି କରିବ।

ସରକାର ଲୋକମାନଙ୍କୁ ସ୍ୱୟଂ-ନିବନ୍ଧନ କିମ୍ବା ଗଣନାକାରୀଙ୍କୁ ସହଯୋଗ କରି ଏହି ଜାତୀୟ ଅଭିଯାନରେ ସକ୍ରିୟ ଭାଗ ନେବାକୁ ଆହ୍ୱାନ କରିଛନ୍ତି।

Tagscensus 2027presidentprime minister

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari