Dailyhunt
କେନ୍ଦୁଝରର ଜଙ୍ଗଲରୁ ମଣିଷ ଖପୁରି ଓ ହାଡ଼ ଉଦ୍ଧାର, ତଦନ୍ତ ଜାରି

କେନ୍ଦୁଝରର ଜଙ୍ଗଲରୁ ମଣିଷ ଖପୁରି ଓ ହାଡ଼ ଉଦ୍ଧାର, ତଦନ୍ତ ଜାରି

The UTKAL PRAHARI 2 weeks ago
Keonjhar

କେନ୍ଦୁଝର ଜିଲ୍ଲାର ପାଟଣା ଥାନା ଅନ୍ତର୍ଗତ ଦାମାହୁଦା ପଞ୍ଚାୟତର ସୁନାପଶି ଗ୍ରାମ ନିକଟ ହୁଡ଼ିର ଜଙ୍ଗଲରୁ ଶନିବାର ପୋଲିସ ମଣିଷର ଖପୁରି ଓ ହାଡ଼ ଉଦ୍ଧାର କରିଛି। ଏହା ପୁରୁଷ କିମ୍ବା ମହିଳାଙ୍କର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବଢ଼ିଛି।

ପାଟଣା ଥାନା ପକ୍ଷରୁ ସାଇଣ୍ଟିଫିକ୍ ଟିମ୍‌କୁ ଡାକାଯାଇ ଘଟଣାସ୍ଥଳରେ ତଦନ୍ତ କରାଯାଇଛି।

ଖପୁରି ଓ କେତେକ ହାଡ଼ ସହିତ ନିକଟରେ ପଡ଼ିଥିବା ପୋଶାକକୁ ମଧ୍ୟ ଜବତ କରାଯାଇ ଫରେନସିକ୍ ଲାବରେଟରୀକୁ ପଠାଯାଇଛି। ଅନ୍ୟପଟେ ଭୂମି ମାଝି ନାମକ ବ୍ୟକ୍ତି ଏହି ଖପୁରି ଓ ହାଡ଼ ତାଙ୍କ ମା ସାଲଗେ ମାଝିଙ୍କର ବୋଲି ଦାବି କରି ପାଟଣା ଥାନାରେରେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ସାହାର ପଡ଼ାର ଅତିରିକ୍ତ ତହସିଲଦାର, ଡାକ୍ତର ଶୁଭେନ୍ଦୁ ସାଗର ନାଏକ, ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ଏସଆଇ ଲକ୍ଷ୍ମଣ ମାଝୀ ଉପସ୍ଥିତ ଥିଲେ। ସମସ୍ତେ ମିଶି ଖପୁରି ଓ ହାଡ଼କୁ ଉଦ୍ଧାର କରି ଅଧିକ ତଦନ୍ତ ପାଇଁ ପଠାଇଛନ୍ତି। ଏହି ଘଟଣାର ସତ୍ୟତା ଓ ପରିସ୍ଥିତି ସ୍ପଷ୍ଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

TagsHuman skull and bonesKeonjharrecovered

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari