ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋସି ଅଞ୍ଚଳରେ ଜୀବନ୍ତ 'କଉ' ମାଛ ଶ୍ୱାସନଳୀରେ ଅଟକି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଅଭିନାଶ ବିଜୁଳି ବୋଲି ଚିହ୍ନଟ ହୋଇଛନ୍ତି। ପୋଖରୀରେ ମାଛ ଧରୁଥିବା ସମୟରେ ସେ ମାଛକୁ ମୁହଁରେ ଧରିବାକୁ ଚେଷ୍ଟା କରିଥିବାବେଳେ ଏହା ହଠାତ୍ ଶ୍ୱାସନଳୀରେ ପସି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବାଙ୍ଗିରିପୋସି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ପରିବାର ଲୋକମାନେ ଚିକିତ୍ସା ଅବହେଳା ଅଭିଯୋଗ କରିଛନ୍ତି। ସମୟରେ ଚିକିତ୍ସା ନମିଳିବା ଓ ବାରିପଦାକୁ ରେଫର୍ କରିବାରେ ବିଳମ୍ବ ହେବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ବଢ଼ିଛି।
Tagschc bangiriposhiFish Lodges In Windpipe

