Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନଖରାରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ଉଦୀୟମାନ ଆଥଲେଟ୍‌ଙ୍କ ମୃତ୍ୟୁ

ନଖରାରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ଉଦୀୟମାନ ଆଥଲେଟ୍‌ଙ୍କ ମୃତ୍ୟୁ

କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟ୍‌ଙ୍କ ଜୀବନ ଚାଲିଯାଇଛି। ମୃତକ ହେଲେ ମଳୟ ବାରିକ ଓ ଜୟରାମ ଦଣ୍ଡପତି। ଉଭୟଙ୍କ ଅକାଳ ବିୟୋଗରେ ଓଡ଼ିଶାର କ୍ରୀଡ଼ା ମହଲରେ ଶୋକ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା।

ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଜୟରାମ ଜଣେ ଉଦୀୟମାନ ଅଣ୍ଡର-୨୩ ସ୍ପ୍ରିଣ୍ଟର ଭାବେ ନିଜ ପରିଚୟ ଗଢ଼ୁଥିବାବେଳେ ମଳୟ ୪୦୦ ମିଟର ଦୌଡ଼ରେ ପ୍ରତିଭା ଦେଖାଇଥିଲେ। ଉଭୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହାଇ ପରଫରମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ଭବିଷ୍ୟତରେ ଭାରତୀୟ ଆଥଲେଟିକ୍ସରେ ନିଜର ଛାପ ଛାଡ଼ିବାକୁ ସେମାନେ ଲକ୍ଷ୍ୟ ରଖିଥିଲେ।

ଦୁଇ ଯୁବ କ୍ରୀଡ଼ାବିତ୍‌ଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ଉଲ୍ଲେଖ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଶୋକବ୍ୟକ୍ତ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari