ଭୁବନେଶ୍ୱର, 04 ଏପ୍ରିଲ - ନାମଫଳକ ଓଡ଼ିଆରେ ଲେଖିବା ଜନ ଆନ୍ଦୋଳନରେ ପରିଣିତ ହେଲେ ହିଁ ସମ୍ଭବ ହୋଇପାରିବ ବୋଲି ସୂର୍ଯ୍ୟବଂଶୀ କହିଛନ୍ତି । ଓଡିଆ ପକ୍ଷର ପ୍ରତ୍ୟେକ ଦିନ ଓଡ଼ିଆଙ୍କ ଆଧାରିତ ବିଷୟ ବସ୍ତୁ ପ୍ରତି ସମର୍ପିତ କରାଯାଇଛି ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ସେ କହିଛନ୍ତି ଯେ, ଆଜି ଓଡିଆ ନାମ ଫଳକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହେଉଛି ।
ଶ୍ରମ ଓ କର୍ମଚାରୀ ବିଭାଗ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି । ସରକାରୀ, ବେସରକାରୀ ବ୍ୟବସୟୀ ଅନୁଷ୍ଠାନ ନାମ ଫଳକ ଓଡ଼ିଆରେ ହେଉ । ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଁ ସବୁ ବ୍ୟବସୟୀ ପ୍ରତିଷ୍ଠାନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ଅପିଲ କରୁଛି ନାମଫଳକ ଓଡ଼ିଆରେ ଲେଖନ୍ତୁ ।
ସଂସ୍କୃତି ବିଭାଗ ସଚେତନ କରୁଛି ଶ୍ରମ ବିଭାଗ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛି । କିନ୍ତୁ ତା ସତ୍ତ୍ୱେ ବି କେବଳ ଜନ ଆନ୍ଦୋଳନରେ ଏହା ପରିଣିତ ହେଲେ ହିଁ ସମ୍ଭବ ହୋଇପାରିବ ବୋଲି ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
Tagsname plateodiasuryabanshi

