ନୟାଗଡ଼ ଜିଲ୍ଲାର ନୂଆଗାଁ ଥାନା କୋରଡା ଗାଁରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏମସରେ ଚିକିତ୍ସାଧୀନ ସମୟରେ ଶନିବାର ସେ ଆଖି ବୁଜିଛନ୍ତି। ମୃତକ ହେଲେ ମୀନାଗାଡ଼ିଆ ଗାଁର ବାସିନ୍ଦା ବାପି ନାହାକ। ଘରେ ବସି ବାଣ ତିଆରି କରୁଥିବା ବେଳେ ଏହି ଭୟଙ୍କର ଅଘଟଣ ଘଟିଥିଲା।
ସୂଚନାନୁଯାୟୀ, ଶୁକ୍ରବାର ବାଣ ଭିଡିବା ସମୟରେ ହଠାତ୍ ବିସ୍ଫୋରଣ ଘଟି ୬ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ୨ ମହିଳା ଓ ଜଣେ ନାବାଳକ ମଧ୍ୟ ରହିଥିଲେ। ସମସ୍ତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପରେ ଗୁରୁତରଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ୨ ଜଣ ଭୁବନେଶ୍ୱରର ଏମସରେ ଓ ୩ ଜଣ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। ଆସନ୍ତା ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ବାଣ ପ୍ରସ୍ତୁତି ସମୟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
TagsNuagaon blastYouth dies

