ନୂଆଦିଲ୍ଲୀ, 31 ମେ- ଭାରତର ନୂତନ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜେନେରାଲ ଏନଏସ ରାଜା ସୁବ୍ରମଣି। ଆଜି ତାଙ୍କୁ ତିନି ସଶସ୍ତ୍ର ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଜେନେରାଲ୍ ସୁବ୍ରମଣି ଜେନେରାଲ୍ ଅନିଲ ଚୌହାନଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କର କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି।
ଦାୟିତ୍ୱ ଗ୍ରହଣ କରିବା ପରେ, ନୂତନ ସିଡିଏସ୍ କହିଛନ୍ତି ଯେ ସାଂଗଠନିକ ସଂସ୍କାର, ସଶସ୍ତ୍ର ବାହିନୀର ରୂପାନ୍ତର ଏବଂ ତ୍ରି-ସେବା ମଧ୍ୟରେ ଗଭୀର ସମନ୍ୱୟ ତାଙ୍କର ପ୍ରାଥମିକତା ମଧ୍ୟରେ ରହିବ। ଆମର ସଶସ୍ତ୍ର ବାହିନୀରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ବିକାଶ, ସାମିଲ ଏବଂ ସମନ୍ୱୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି। ସେହିପରି ପ୍ରତିରକ୍ଷା କ୍ଷମତାରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି।
Tagsdefencenew CDSstafftake in charge

