Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶାରେ ପ୍ରଥମ ୟୁନିଟ ଗଠନ କରିବାକୁ ଯାଉଛି ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଇଣ୍ଟେଲ

ଓଡ଼ିଶାରେ ପ୍ରଥମ ୟୁନିଟ ଗଠନ କରିବାକୁ ଯାଉଛି ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଇଣ୍ଟେଲ

The UTKAL PRAHARI 2 weeks ago

ଭୁବନେଶ୍ୱର, 30 ମେ - ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଇଣ୍ଟେଲର ଭାରତର ଓଡ଼ିଶାରେ ପ୍ରଥମ ୟୁନିଟ୍ ଗଠନ ହେବାକୁ ଯାଉଛି । ସେଥିପାଇଁ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଭୁବନେଶ୍ୱରରେ ସେମି କଣ୍ଡକ୍ଟର ପ୍ୟକେଜିଙ୍ଗ ୟୁନିଟ୍ ଇଣ୍ଟେଲ ଖୋଲିବ । ରାଜ୍ୟରେ ଆଇଟି ସେକ୍ଟରରେ ଇକୋ ସିଷ୍ଟମ ବୃଦ୍ଧି ପାଇବ। ପ୍ରାୟ 27 ହଜାର କୋଟି ଟଙ୍କାର ପୁଞ୍ଜିବିନିଯୋଗରେ ଇଣ୍ଟେଲ ତାର କାରଖାନା ଖୋଲିବା ନିମନ୍ତେ ଇଣ୍ଟେଲ - ଭାରତ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଛି ।

ଆମେରିକାର ଇଣ୍ଟେଲ ମୁଖ୍ୟାଳୟରୁ ମୁଖ୍ୟ ଶାସନ ସଚିବ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଭୁବନେଶ୍ୱର ଖୋର୍ଦ୍ଧା ଅଞ୍ଚଳରେ ଏକ ଆଡଭାନ୍ସ ପ୍ୟାକେଜିଂ ଗ୍ଲାସ କୋର ସବଷ୍ଟ୍ରାକ୍ଟ ମ୍ୟାନୁଫକ୍ଚରିଂ ପ୍ୟାସିଲିଟି କେନ୍ଦ୍ର ସ୍ଥାପନ ପାଇଁ ଓଡ଼ିଶା ସରକାର ଏବଂ ଇଂଟେଲ କର୍ପୋରେସନ ଓ 3ଡିଜିଏସ ଆଇଏନସି ମଧ୍ୟରେ ହୋଇଥିବା ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶା ସାଜୁଛି ଉଦାହରଣ । ଡବଲ୍ ଇଞ୍ଜିନ୍ ସରକାରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହେଉଛି।

ମନ୍ତ୍ରୀ କହିଛନ୍ତି ଯେ,୨୮ ହଜାର କୋଟି ପୁଞ୍ଜି ନିବେଶରେ ହେଉଥିବା ଏହି ପ୍ରକଳ୍ପ ମାଧ୍ୟମରେ ସେମିକଣ୍ଡକ୍ଟର ଉତ୍ପାଦନ ସହ ରାଜ୍ୟରେ ଯୁବବର୍ଗଙ୍କ ଦକ୍ଷତା ବିକାଶ ତଥା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଏକ 'ବିକଶିତ ଓଡ଼ିଶା' ତଥା ବିକଶିତ ଭାରତ ଗଠନକୁ ପ୍ରୋତ୍ସାହିତ କରିବ।

ଓଡ଼ିଶାକୁ ଏକ ଅଗ୍ରଣୀ ସେମିକଣ୍ଡକ୍ଟର ହବରେ ପରିଣତ କରିବା ନିମନ୍ତେ ଆବଶ୍ୟକୀୟ ପ୍ରୋତ୍ସାହନ ସହ ଏଭଳି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ତଥା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ।

TagsCMINTELIt Companymohan majhiOdisha

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari