Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ରାୟଗଡ଼ା: ନବନିର୍ମିତ ପାଇଖାନା ଟାଙ୍କି ଭିତରକୁ କାମ ପାଇଁ ଯାଇ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ବୁଧବାର ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଧୀନ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି।

ମୃତକମାନେ ହେଲେ ହରିଶ୍ଚନ୍ଦ୍ର ବୀର, ଆଲୋକ କରଡ଼ା ଓ ପ୍ରକାଶ ଲିମା। ସେମାନେ ପଦ୍ମପୁରର ଜୀବଜଗତପୁର ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ତାରପାଗୁଡ଼ା ଗାଁର ବିଶ୍ୱନାଥ ବାରିକଙ୍କ ନବନିର୍ମିତ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ଓ ଏହାକୁ ସଫା କରିବା ପାଇଁ ତିନି ଶ୍ରମିକ ଜଣଙ୍କ ପରେ ଜଣେ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ। ତେବେ ଭିତରକୁ ଯିବା ପରେ ସେମାନେ ଶ୍ୱାସକଷ୍ଟର ଶିକାର ହୋଇ ଅଚେତ ହୋଇପଡ଼ିଥିଲେ।

ଖବର ପାଇ ପଦ୍ମପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ତିନି ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ବନ୍ଦ ପାଇଖାନା ଟାଙ୍କି ଭଳି ସ୍ଥାନରେ ବିଷାକ୍ତ ଗ୍ୟାସ୍‌ ଓ ଅମ୍ଳଜାନର ଅଭାବ ଜୀବନ ପାଇଁ ଘାତକ ହୋଇପାରେ। ତେଣୁ ଏଭଳି ସ୍ଥାନକୁ ପ୍ରବେଶ ପୂର୍ବରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ସତର୍କତା ଅବଲମ୍ବନ କରିବା ନେଇ ସଚେତନତାର ଆବଶ୍ୟକତା ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari