Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

The UTKAL PRAHARI 2 weeks ago

ରାଜଧାନୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ (ବାଣୀ ବିହାର) କ୍ୟାମ୍ପସ୍‌ରେ ଚାଲୁଥିବା ନିଶା କାରବାରକୁ ଅବକାରୀ ବିଭାଗ ପକ୍ଷରୁ ବଡ଼ ଝଟକା ଦିଆଯାଇଛି। ହଠାତ୍ ଚଢାଉ କରି ଦୁଇଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରାଯାଇଛି। ଗତ ଶୁକ୍ରବାର ରାତିରେ ଏହି ଅଭିଯାନ ଚାଲିଥିଲା।

ଅଭିଯୁକ୍ତଙ୍କ ଠାରୁ ୧୯୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା।

ଗିରଫ ଅଭିଯୁକ୍ତ ହେଲେ ଭରତପୁର ଅଞ୍ଚଳର ସୌରଭ କୁମାର ଟୁଡୁ (୨୪) ଓ ସହିଦନଗରର ଅମନ ନାୟକ (୨୪)। ଉଭୟଙ୍କୁ କୋର୍ଟରେ ଉପସ୍ଥାପନ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାରାଧୀନ ହାଜତକୁ ପଠାଯାଇଛି।

ସୂଚନା ଅନୁଯାୟୀ, କ୍ୟାମ୍ପସ ଭିତରେ କେଦାରଶ୍ୱରୀ ମନ୍ଦିର ସମ୍ମୁଖରେ ଉଭୟ ଅଭିଯୁକ୍ତ ବ୍ରାଉନସୁଗର ବିକ୍ରି କରୁଥିଲେ। ଅବକାରୀ ଟିମ୍‌କୁ ଦେଖି ସେମାନେ ପଳାଇବାକୁ ଚେଷ୍ଟା କରିଥିଲେ ଓ ଜଙ୍ଗଲିଆ ଅଞ୍ଚଳରେ ଲୁଚିବାକୁ ଯାଇଥିଲେ, କିନ୍ତୁ ଟିମ୍ ସେମାନଙ୍କୁ ପିଛା କରି ଧରିଥିଲା।

ଅବକାରୀ ଜିଲ୍ଲା ଏସ୍‌ପି ଦେବାଶିଷ ପଟେଲଙ୍କ କହିବାନୁସାରେ, ପ୍ରଧାନ ଅଭିଯୁକ୍ତ ସୌରଭ ପୂର୍ବରୁ ମଧ୍ୟ ଏହି ମାମଲାରେ ଜଡିତ ଥିଲେ ଓ ଜେଲ୍ ଯାଇଥିଲେ। ଜାମିନରେ ବାହାରିବା ପରେ ସେ ପୁଣିଥରେ କ୍ୟାମ୍ପସରେ ନିଶା କାରବାର ଆରମ୍ଭ କରିଥିଲେ। ବାଲେଶ୍ୱରରୁ ବ୍ରାଉନସୁଗର ଆଣାଯାଉଥିବା ବେଳେ ଏହା ପଛରେ ଥିବା ମୁଖ୍ୟ ଯୋଗାଣକାରୀଙ୍କୁ ଧରିବାକୁ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି।

Tagsbrown sugarseizedUtkal University campus

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari