Friday, 11 Dec, 12.09 pm World Update ଓଡ଼ିଆ

Posts
ଆରପାରିରେ ଇଟାଲୀର କିମ୍ବଦନ୍ତୀ ଫୁଟବଲ ଖେଳାଳୀ ପାଓଲୋ ରସି (Paolo Rossi)

ରୋମ୍‌:  ୬୪ ବର୍ଷ ବୟସରେ  ଇଟାଲୀର ପୂର୍ବତନ ଫୁଟବଲ ଖେଳାଳୀ‌ ପାଓଲୋ ରସିଙ୍କର ପରଲୋକ ହୋଇ ଯାଇଥିବା ଜଣାପଡ଼ିଛି।ଫୁଟ୍‌ବଲ ଦୁନିଆରେ ଏହି କିମ୍ବଦନ୍ତୀ ଖେଳାଳି ୧୯୮୨ ବିଶ୍ବକପ୍‌ ବିଜୟୀ ଇଟାଲୀ ଫୁଟବଲ ଦଳର ସଦସ୍ୟ ଥିଲେ ପାଓଲୋ ରସି।  ସେ ଏହି ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରି ଇଟାଲୀକୁ ଚମ୍ପିଆନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

  ସୂଚନାଯୋଗ୍ୟ ଯେ, ପାଓଲୋ ରସି (Paolo Rossi ) ଙ୍କ ପରଲୋକ ହୋଇ ଯାଇଥିବା ନେଇ ପ୍ରଥମେ ଇଟାଲୀର ଏକ ଟିଭି ଚ୍ୟାନେଲ୍‌ ତରଫରୁ ସୂଚନା ମିଳିଥିଲା । ଏହି ଟିଭି ଚ୍ୟାନେଲରେ ପାଓଲୋ ରସି ଫୁଟବଲ ବିଶେଷଜ୍ଞ ଭାବେ କାମ କରୁଥିଲେ। 

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: World Update odiaa
Top