Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୬ ଅଗଷ୍ଟରେ  ଓଷ୍ଟାର ରାଜ୍ୟବ୍ୟାପୀ ମହାସମାବେଶ ଚେତାବନୀ

୧୬ ଅଗଷ୍ଟରେ ଓଷ୍ଟାର ରାଜ୍ୟବ୍ୟାପୀ ମହାସମାବେଶ ଚେତାବନୀ

ନ୍ଧମାଳ (ଓ୍ବାଇଏନଏସ) : ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ-କର୍ମଚାରୀଙ୍କ ଦାବି ତୁରନ୍ତ ପୂରଣ ନହେଲେ ଆନ୍ଦୋଳନ ତୀବ୍ର; ତାଲାବନ୍ଦ ପର୍ଯ୍ୟନ୍ତ ଚେତାବନୀ ଓଡ଼ିଶା ସ୍କୁଲ୍-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି (ଓଷ୍ଟା) କନ୍ଧମାଳ ଜିଲ୍ଲା କନଭେନସନ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ, ବିଶିପଡ଼ାଠାରେ ଜିଲ୍ଲା ସଭାପତି ପ୍ରଫୁଲ୍ଲ ବିଶୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ସଭାରେ ୧୬ ଅଗଷ୍ଟରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ମହାସମାବେଶରେ କନ୍ଧମାଳରୁ ବହୁ ସଂଖ୍ୟାରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଥିଲା। ସମ୍ମିଳନୀରେ ରାଜ୍ୟ ନେତୃବୃନ୍ଦ ସରକାରଙ୍କୁ ଦାବି କରିଥିଲେ ଯେ, ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀଙ୍କ ପେନସନ, ଖାଲି ପଦବୀ ପୂରଣ ଓ ନୂତନ ନିଯୁକ୍ତି ଭଳି ଦାବିଗୁଡ଼ିକୁ ତୁରନ୍ତ ପୂରଣ କରାଯାଉ। ୧୫ ଅଗଷ୍ଟ ସୁଦ୍ଧା ଦାବି ପୂରଣ ନହେଲେ ୧୬ ଅଗଷ୍ଟରୁ ରାଜ୍ୟବ୍ୟାପୀ ଆନ୍ଦୋଳନ, ଧାରଣା ଏବଂ ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ତାଲାବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ ପ୍ରଧାନ , ପ୍ରାକ୍ତନ ପ୍ରଧାନ , ଶ୍ରୀ ଚତୁର୍ଭୂଜ ବେହେରା , ଟିକାବାଲି ବ୍ଳକ୍ ସଂପାଦକ ରମେଶମାହାପାତ୍ର, କ ନୂଆଗାଁ ବ୍ଲକ୍ ସଂପାଦକ ଅବୁଡ଼ୁଲ ଗଫୁର ଖାନ୍, ଫିରିଙ୍ଗିଆ ବ୍ଲକ୍ ସଂପାଦକ ଅରୁଣୋଦୟ ରଣା , କୋଟୋଗଡ ବ୍ଲକ୍ ସଂପାଦକ ମୋନରଞ୍ଜନ ସ୍ୱାଇ , ଦାରିଙ୍ଗବାଡି ବ୍ଲକ୍ ସଭାପତିଧରଣୀ ଧର ଦାସ, ପ୍ରଦ୍ମନ୍ ଜେନା, ଫୁଲବାଣୀ ବ୍ଲକ୍ ସଭାପତି ସନ୍ତୋଷ କୁମାର ସାମନ୍ତରାୟ, ପଦ୍ମଚରଣ ମାନସିଂ, ଖଜୁରୀପଡ଼ା ବ୍ଳକ୍ ସଂପାଦକ ରମାକାନ୍ତ ନନ୍ଦ, ଓଷ୍ଠା ଜିଲ୍ଲା ର କର୍ମକର୍ତା ପ୍ରଭାତ ରଥ, ନରେଶ ସାମଲ, ପ୍ରମୋଦ ସାମଲ, ଅଶୋକ ସାହୁ , ଅଭୟ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ , ପ୍ରଦୀପ ସାହୁ , ଦୀନବନ୍ଧୁ ସାହୁ , ସସ୍ମିତା କାନୁନ୍ ଗୋ, କଳ୍ପନା ନାଥ , ପ୍ରତିମା ସାହୁ, ଅନନ୍ତ ଦାସ, ପ୍ରଭାତ ରାଉତ, ଅଭିମନ୍ୟୁ ସ୍ୱାଇ , ମୂତୁଞ୍ଜୟ ମିଶ୍ର, ସଞ୍ଜୟ ବେହେରା , ପ୍ରମୋଦ କହଁର, ସୁଧିର ବିଶ୍ୱଇ , ସଞ୍ଜୀବ କୁମାର ସାହାଣୀ, ଦୀନବନ୍ଧୁ ସାହୁ ପ୍ରମୁଖ ପଦାଧିକାରୀ ରାଜ୍ୟ ଓ ଜିଲ୍ଲା ସ୍ତରର ବହୁ ପଦାଧିକାରୀ ଓ ଶିକ୍ଷକ-କର୍ମଚାରୀ ଉପସ୍ଥିତ ରହି ଆନ୍ଦୋଳନକୁ ସଫଳ କରିବା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha