Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୭ତମ ବିଶାଳ ଭଣ୍ଡାରା ଉଦ୍‌ଯାପିତ

୧୭ତମ ବିଶାଳ ଭଣ୍ଡାରା ଉଦ୍‌ଯାପିତ

ଲାଙ୍ଗିର(ଓ୍ବାଇଏନଏସ): ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଖେଳ ପଡିଆ ଠାରେ ବାବା ବର୍ଫାନୀ ସେବା ମଣ୍ଡଳ ବଲାଙ୍ଗିର ତରଫରୁ କାଉଡିଆ ଙ୍କ ସେବାରେ ୧୭ତମ ବିଶାଳ ଭଣ୍ଡାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଓଡିଶାର ପ୍ରମୁଖ ତିର୍ଥ କ୍ଷେତ୍ର ହରିଶଙ୍କର ଝରଣାରୁ ପବିତ୍ର ଜଳ ନେଇ ବଲାଙ୍ଗିର ଅଭିମୁଖେ ହଜାର ହଜାର କାଉଡିିଆ ପ୍ରାୟ ୮୫ କିଲୋମିଟର ପାଦରେ ଚାଲି ଚାଲି ବିଭିନ୍ନ ଶିବାଳୟରେ ଜଳ ଅର୍ପଣ ନିମନ୍ତେ ଆସିଥାନ୍ତି ।

ଆସ୍ଥା ବିଶ୍ୱାସ ର ପ୍ରତୀକ ମହାଦେବ ଙ୍କ ପ୍ରତି ନିଷ୍ଠା ଓ ଶ୍ରଦ୍ଧାର ସହ ଉପବାସ ରହି ଚାଲିଥାନ୍ତି କାଉଡିଆ । ତାଙ୍କର କିଛି କଷ୍ଟ ଲାଘବ କରିବା ନିମନ୍ତେ ବିଶାଳ ଭଣ୍ଡାରା ଆୟୋଜିତ ହୋଇଥାଏ । ଏହି ସମୟରେ କାଉଡିଆଙ୍କୁ ପାନୀୟ ଜଳ, ଜଳଖିଆ ସହିତ ଅନ୍ନପ୍ରସାଦ ସହ ବହୁ ପ୍ରକାରର ମିଷ୍ଟାନ୍ନ ବ୍ୟଞ୍ଜନ ବ୍ୟବସ୍ଥା କରାଯାଇଥିଲା । ଏ ବର୍ଷ ପ୍ରାୟ ୨୫ହଜାର ରୁ ଉର୍ଦ୍ଧ୍ୱ ଭକ୍ତ ଙ୍କୁ ସେବା ପ୍ରଦାନ କରାଯାଇଥିଲା । ଉତ୍ସାହିତ କରିବା ପାଇଁ ବଲାଙ୍ଗିର ର ବହୁ ବୁଦ୍ଧିଜିବୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ପ୍ରତ୍ୟେହ ସନ୍ଧ୍ୟାରେ ପଂଚମ ଅନୁଷ୍ଠାନ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନରେନ୍ଦ୍ର କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ, ସୌମେନ୍ଦ୍ର କୁମାର ପରିଚ୍ଛା, ଆକାଶ ମିଶ୍ର, ସୀତାରାମ ମେହେର, କମଲ କିଶୋର ଅଗ୍ରୱାଲ, ମୁନ୍ନାଲାଲ ଅଗ୍ରୱାଲ, ଭାବେଶ ପଟେଲ, ପ୍ରଶାନ୍ତ ବିଶ୍ୱାଲ, ରାହୁଲ ସାହୁ, ବିକାଶ ବନ୍‌ସଲ, ସୁରେନ୍ଦ୍ର ସିଂ, ଲୋକନାଥ ମିଶ୍ର, ସୁଭାଷ ଅଗ୍ରୱାଲ, ଦର୍ଶନ ଭମର, ସନ୍ଦିପ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ରାଜେନ୍ଦ୍ର ପରମାର, ପୁରୁଷୋତ୍ତମ ଅଗ୍ରୱାଲ, ଦେବଦତ୍ତ ମିଶ୍ର, ଶିମାଂଚଳ ପଣ୍ଡା, ମନୋଜ କେଜ୍ରିୱାଲ, ସନ୍ଦିପ ଗୋବିନ୍ଦ ପଦ୍‌ାନ, ସୁରଜ ବେହେରା, ବିନିତ ଜିନ୍ଦଲ, ଗୋପାଳ ମିଶ୍ର, ଶ୍ୟାମଲ ଅଗ୍ରୱାଲ, ମେହୁଲ ପଟେଲ, ବିକାଶ ଅଗ୍ରୱାଲ, ପ୍ରସନ୍ନ ଗିରି, ସୁରେଶ ମେହେର, ଆଶିଷ ସାହୁ, ପ୍ରଭୁଦତ୍ତ ନାଏକ, ଶିନୁ ସୁନ୍ଦର ପାଢୀ, ସୁଦାର୍ଥୀ ପଟେଲ, ସୁଶାନ୍ତ ପୁରୋହିତ, ସଂଜୟ ଚନ୍ଦନ, ନରୋତ୍ତମ ପଟେଲ, ସୌମ୍ୟ ରଂଜନ ସାହୁ, ଜୟକୃଷ୍ଣ ମିଶ୍ର (ବାରପୁଡୁଗିଆ) ପ୍ରମୁଖ ସହଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha