Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆର୍ଥିକ ସଚେତନତା କାର୍ଯ୍ୟକ୍ରମ

ଆର୍ଥିକ ସଚେତନତା କାର୍ଯ୍ୟକ୍ରମ

ତ୍ରପୁର(ଓ୍ବାଇଏନଏସ): ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କୃଷକ ପ୍ରଶିକ୍ଷଣ କେନ୍ଦ୍ର, କରାପଲ୍ଲୀ ଠାରେ CFL ଓ FLC ସଦସ୍ୟମାନଙ୍କ ପାଇଁ "ଟ୍ରେନ ଦ ଟ୍ରେନର" କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ RBI ର ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ ଏବଂ PNB ବ୍ରହ୍ମପୁର ସର୍କଲର ସର୍କଲ ମୁଖ୍ୟ ଶ୍ରୀ ପ୍ରତାପ କୁମାର ବୈରୀଗଞ୍ଜନ ମଞ୍ଚାସୀନ ଥିଲେ।

ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ଶ୍ରୀ ହିମାଞ୍ଚଳ ସାହୁ, LDO ଶ୍ରୀ ରାହୁଲ କାନ୍ତ ଏବଂ PNB FTC ନିର୍ଦ୍ଦେଶକ ଶ୍ରୀ ନୃସିଂହ ପ୍ରସାଦ ପାଢ଼ୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଆର୍ଥିକ ସାକ୍ଷରତା, ଡିଜିଟାଲ ବ୍ୟାଙ୍କିଂ, ସଞ୍ଚୟର ଗୁରୁତ୍ୱ ଓ ସାଇବର ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ପ୍ରଶିକ୍ଷକମାନେ CFL ଓ FLC ସଦସ୍ୟମାନଙ୍କୁ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସଚେତନତା ପ୍ରସାରରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଏବଂ ବାଲୁଗାଁ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେଇ ପ୍ରଶିକ୍ଷଣରୁ ଲାଭାନ୍ବିତ ହେବା ସହ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସଚେତନତା ପ୍ରସାର ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha