Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସିକାର ଗୋଟିଏ କେନ୍ଦ୍ରରେ ଚାଲିଛି ସଂସ୍କୃତ ଶାସ୍ତ୍ରୀ ପରୀକ୍ଷା

ଆସିକାର ଗୋଟିଏ କେନ୍ଦ୍ରରେ ଚାଲିଛି ସଂସ୍କୃତ ଶାସ୍ତ୍ରୀ ପରୀକ୍ଷା

ସିକା (ୱାଇଏନ୍‍ଏସ୍‍) :ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ଯୁକ୍ତ-୩ ଦ୍ୱିତୀୟ ବର୍ଷ ଶାସ୍ତ୍ରୀ (ଚତୁର୍ଥ ସେମିଷ୍ଟାର) ପରୀକ୍ଷା ଗତ ସୋମବାର ଠାରୁ ସ୍ଥାନୀୟ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନରେ ଓ ଦ୍ୱିତୀୟ ଦିନରେ ପରୀକ୍ଷାର୍ଥୀ ମାନେ ସମ୍ମାନ ପାଠ୍ୟକ୍ରମରେ ସାହିତ୍ୟ ଓ ବ୍ୟାକରଣ ବିଷୟରେ ପରୀକ୍ଷା ଦେଇଥିଲେ।

ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତତିନି ଦ୍ୱିତୀୟ ବର୍ଷ (ଶାସ୍ତ୍ରୀ) (ଚତୁର୍ଥ ସେମିଷ୍ଟାର) ପରୀକ୍ଷାର ସମୁଦାୟ ୩୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଜଣାପଡିଛି। ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ବାବାନାଥ ମିଶ୍ରଙ୍କ ନେତୃତ୍ୱରେ ଅଧ୍ୟାପକ ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାସ, କିରାଣୀ ଟୁନା ମହାରଣା ପ୍ରମୁଖ ଏହି ଯୁକ୍ତ-୩ ଦ୍ୱିତୀୟ ବର୍ଷ (ଶାସ୍ତ୍ରୀ) (ଚତୁର୍ଥ ସେମିଷ୍ଟାର) ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଓ ଦ୍ୱିତୀୟ ଦିନର ପରୀକ୍ଷାରେ ସହଜ ଓ ସରଳ ଏବଂ ଭଲ ପ୍ରଶ୍ନ ପଡିଥିବାରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇସାରିବା ପରେ ଖୁସି ମନରେ ଫେରିଥିବା ପରିଲକ୍ଷିତ ହୋଇଥିଲା। ସଂସ୍କୃତ ଯୁକ୍ତ ତିନି ଶାସ୍ତ୍ରୀ ଦ୍ୱିତୀୟ ବର୍ଷ (ଚତୁର୍ଥ ସେମିଷ୍ଟାର) ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା ବେଳେ ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ମାନଙ୍କୁ ସ୍ୱାଗତ କରାଯାଇଥିଲା।

ସକାଳ ୧୦ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ପରିଲକ୍ଷିତ ହୋଇଥିଲା। ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ମୋବାଇଲ ଫୋନ୍‍କୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଥିଲା। ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ କଡା ଯାଞ୍ଚର ସମ୍ମୁଖୀନ ହୋଇଥିଲେ । ସକାଳ ୧୦ ଘଟିକାରେ ପରୀକ୍ଷା ଆରମ୍ଭ ହେବାକୁ ଥିଲା ବେଳେ ପରୀକ୍ଷାର୍ଥୀମାନଙ୍କୁ ସକାଳ ସାଢେ ୯ଟାରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ପରୀକ୍ଷାର୍ଥୀମାନେ କିଏ କେଉଁ ସିଟ୍‍ରେ ବସିବେ ତାହା ମେକ୍‍ ମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍‍ ବୋର୍ଡରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ବେଳେ ଏକ ସୁନ୍ଦର ପରିବେଶ ମଧ୍ୟରେ ପରୀକ୍ଷାର୍ଥୀମାନେ ପ୍ରଥମ ଦିନ ଓ ଦ୍ୱିତୀୟ ଦିନର ପରୀକ୍ଷା ଶୃଙ୍ଖଳିତ ଭାବେ ଦେଇଥିବା ଦେଖିବାକୁ ମିଳିଥିଲା । ପରୀକ୍ଷା କେନ୍ଦ୍ରରେ ଶିକ୍ଷାନୁଷ୍ଠାନ ପକ୍ଷରୁ ପରୀକ୍ଷାର୍ଥୀ ମାନଙ୍କ ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha