Dailyhunt
ଅବୈଧ ଇଟା ଭାଟି ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ଅବୈଧ ଇଟା ଭାଟି ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ବାଲେଶ୍ବର(ସରୋଜ ପଣ୍ଡା): ପ୍ରଶାସନ ଦ୍ୱାରା ଧାରା ୧୬୩ BNSS ଉଲ୍ଲଂଘନ କରିଥିବା ଦୁଇଟି ଚିମ୍ନି ଇଟା ଭାଟି-ବେଗୁନିଆ ଛକ, ହରିପୁର (ରେମୁଣା ତହସିଲ) ର Gold Bricks ଏବଂ ନଗ୍ରମ୍ RI ସର୍କଲ, ମୌଜା କାଳୀପୁର (ସଦର ତହସିଲ) ର Steel Bricks-କୁ ଭଙ୍ଗାଯାଇଛି। ନିଷେଧ ସତ୍ତ୍ୱେ ଇଟା ପୋଡ଼ା କାର୍ଯ୍ୟ ଚାଲୁ ରଖି ଭାରୀ ପରିବେଶ ପ୍ରଦୂଷଣ ସୃଷ୍ଟି କରିଥିବାରୁ, ଉପଜିଲ୍ଲାପାଳ, ବାଲେଶ୍ୱରଙ୍କ ଆଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସେ ନେତୃତ୍ତ୍ବ ନେଇଥିଲା ବେଳେ ରେମୁଣା ଓ ସଦର ତହସିଲଦାର ଓ ତାଙ୍କ ସହିତ ପୋଲିସ ଓ ଫାୟାର ଟିମ୍ ଉପସ୍ଥିତ ଥିଲେ।

ଏହା ସହିତ ପ୍ରାୟ ୧,୦୦,୦୦୦ ପକା ଓ କଚ୍ଚା ଇଟ୍‌କୁ ଧ୍ୱଂସ କରାଯାଇଛି ଏବଂ ଗୋଟିଏ ଚିମ୍ନିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ଏପରି ଉଲ୍ଲଂଘନ ଉପରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ସଚେତନ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha