ଅଲଣା ପଂଚାୟତରେ କ୍ଷେତ୍ର ଦିବସ ପାଳନ

ଅଲଣା ପଂଚାୟତରେ କ୍ଷେତ୍ର ଦିବସ ପାଳନ

ୟୁଗାବ୍ଦ

ୟୁଗାବ୍ଦ

5hr

Loading...

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ନାଉଗାଁ ବ୍ଳକ କୃଷି କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ କ୍ଷେତ୍ର ଦିବସ ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତ ବେଣାପଡା ଗ୍ରାମର ମା'ବୁଢୀ ଠାକୁରାଣୀ ପୀଠରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରିଣୀ ଯୁଗସ୍ମିତା ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୃତିକା ବିଭାଗର ସହକାରୀ ନିର୍ଦ୍ଦେଶକା ସ୍ୱାଗତିକା ମିଶ୍ର, କୃଷି ଗ୍ରାମ ସେବିକା ମାମିନା ଦାସ, ଅଲଣା କୃଷକ ସାଥୀ ବବିତା ମହାନ୍ତି ଆଦି ଯୋଗ ଦେଇ ଚାଷୀମାନଙ୍କୁ ପୁଞ୍ଜିଭିତୀୟ ଧାନ ପରବର୍ତୀ ପଡିଆ ଜମିରେ ମୁଗ,ବିରି ଚାଷ ସମ୍ପର୍କରେ ଧାରଣା ଦେଇଥିଲେ।

ଏବଂ ଚାଷୀମାନେ କିପରି ନିଜେ ଅମଳ କରୁଥିବା ଧାନ, ବିରି, ମୁଗ ଆଦିକୁ ବିଶୋଧନ କରି ସଂରକ୍ଷଣ କରି ରଖିବେ ସେବିଷୟରେ ଉପସ୍ଥିତ ଅଧିକାରୀମାନେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଂଚାୟତର ଚାଷୀ ନବକିଶୋର ମହାନ୍ତି, ସୁଶାନ୍ତ ମଲ୍ଲିକ, ରାଧାମୋହନ ସାହୁ, ତ୍ରିନାଥ ମହାନ୍ତି, ଗୁଣଚରଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଧୁନ ମହାପାତ୍ର, ସୁଜିତ ମଲ୍ଲିକ, ଚର୍ଚ୍ଚିଲି ମଲ୍ଲିକ, ବିଷ୍ଣୁ ଭୋଇ, କେଶବ ଦାସ, ପ୍ରତିମା ମଲ୍ଲିକ, ଭାଗବତ କାଣ୍ଡୀଙ୍କ ସମେତ ୮୦ରୁ ଉର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha