Dailyhunt
ବଢୁଛି କଳା ବଜାର, ଚଢା ଦରରେ ବିକ୍ରି ହେଉଛି ଗ୍ୟାସ

ବଢୁଛି କଳା ବଜାର, ଚଢା ଦରରେ ବିକ୍ରି ହେଉଛି ଗ୍ୟାସ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟ ପରେ ବ୍ୟବସାୟ କ୍ଷେତ୍ରରେ ଏହାର ଗୁରୁତର ପ୍ରଭାବ ପଡିଛି। ବିଶେଷ କରି ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଥିବା ଗ୍ରାମାଞ୍ଚଳ ରେ ଟିଫିନ ସେଣ୍ଟର, ଫାଷ୍ଟଫୁଡ ଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ଉପରେ ଏହାର ସିଧା ସଳଖ ପ୍ରଭାବ ପଡିଛି।

ଦୋକାନୀ ମାନେ ଏଲପିଜି ସଙ୍କଟର ସମ୍ମୁଖୀନ ହୋଇ ସ୍ଥିତି ଦୋହଲି ଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ଅନେକ ଦୋକାନ ବନ୍ଦ ହୋଇଗଲାଣି। ଏପରି ସ୍ଥିତିରେ କିଛି ବ୍ୟବସାୟୀ କଳା ବଜାରୀ ରେ ବଡ଼ ଗ୍ୟାସ କିଣି ଦୋକାନ ଚଳାଉଛନ୍ତି। ଫଳରେ ମାର୍କେଟ ରେ ଗ୍ୟାସ କଳା ବଜାରୀ ବଢୁଥିବା ବେଳେ ଅଧିକ ଦାମ୍ ରେ ଗ୍ୟାସ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଅପର ପକ୍ଷେ ବେଆଇନି କଳା ବଜାରୀ ରୋକିବା ଏବଂ ପ୍ରକୃତ ଉପଭୋକ୍ତା ଙ୍କୁ ଯୋଗାଣ ସୁନିଶ୍ଚିତ କରିବା ପାଇଁ ୫କିଲୋଗ୍ରାମ ଏଲପିଜି ସିଲିଣ୍ଡର ର ଖୋଲା ବଜାର ବିକ୍ରୟ କୁ ନିଷିଦ୍ଧ କରିଛନ୍ତି ସରକାର।

କେବଳ ଅଧିକୃତ ବିତରକ ମାନେ ଏବେ ବି ଗ୍ରାହକ ମାନେ ସେଗୁଡିକୁ କିଣିବା ପାଇଁ ବାଧ୍ୟତାମୂଳକ ଇ -କେୱାଇସି ଯାଞ୍ଚ ପାଇଁ ନିର୍ଦ୍ଧେଶ ଦେଇଛନ୍ତି। ତେବେ ସରକାର ଙ୍କ ଏହି ନିୟମ ପରେ ଗ୍ରାମାଞ୍ଚଳ ରେ ଥିବା ଘରୋଇ ସ୍କୁଲ ଗୁଡିକ ମେସରେ ରହୁଥିବା ଛାତ୍ର, ଛାତ୍ରୀ ମାନେ ଚିନ୍ତାରେ ପଡିଛନ୍ତି। ଏଥି ସହିତ ଗ୍ରାମାଞ୍ଚଳ ରହୁଥିବା ଗରିବ ଶ୍ରେଣୀ ଲୋକ ମାନେ ପରିବାର ପ୍ରତିପୋଷଣ ପାଇଁ ଉଠା ଦୋକାନ ପକାଇ ପରିବାର ପ୍ରତିପୋଷଣ କରୁଥିଲେ ସେମାନେ ସଙ୍କଟ ରେ ପଡ଼ିଥିବା ବେଳେ ଜୀବନ ଜୀବିକା ନେଇ ଆଶଙ୍କାରେ ପଡିଛନ୍ତି। ତେବେ ଫାଷ୍ଟଫୁଡ ଏବଂ ଜଳଖିଆ ପ୍ରସ୍ତୁତି ପାଇଁ ସମସ୍ତେ ଗ୍ୟାସ ଉପରେ ନିର୍ଭର କରୁଥିବା ବେଳେ ଏବେ ଏଲପିଜି ସଙ୍କଟ ପରେ ଏମାନଙ୍କ ଦୋକାନରେ ଚୁଲା ଜଳିବା ଏକ ପ୍ରକାର ବନ୍ଦ ହୋଇଯାଇଛି।

ଗ୍ରାମାଞ୍ଚଳ ଥିବା ଉଠା ଦୋକାନୀ ଙ୍କ ଗ୍ୟାସ ସମସ୍ୟା ଚିନ୍ତାର କାରଣ ହୋଇଛି। କିନ୍ତୁ ଅସ୍ତରଙ୍ଗ ମୁଖ୍ୟ ବଜାର ସମେତ ଆଳସାହି, ପୋଟଳ ଛକ, କଣମଣ ଛକ, ନଈଗୁଆଁ, ତାଳଦା, ଶିଶୁଅ, ସରିପୁର ଆଦି ଅଂଚଳରେ ଗ୍ୟାସ ସଜାଡ଼ିବା ଦୋକାନ ସହ ଅନ୍ୟାନ୍ୟ ଦୋକାନ କରି ସେଥିରେ ଗ୍ୟାସ ବିକୁଥିବା ବେଳେ କଳା ବଜାରୀ ବଢିବା ସହ ଗ୍ୟାସ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଅସ୍ତରଙ୍ଗ ଥାନା ଓ ନୂଆଗଡ ସାମୁଦ୍ରିକ ଥାନା ପୁଲିସ ଏ ପର୍ଯ୍ୟନ୍ତ ଧରପଗଡ ଆରମ୍ଭ କରିନାହିଁ। ଆଗାମୀ ଦିନରେ ଗ୍ୟାସ ଯୋଗାଣ ସ୍ୱାଭାବିକ ନ ହେଲେ ଅନେକ ଦୋକାନ ରେ ତାଲା ପଡିବ ବୋଲି ବ୍ୟବସାୟୀ ଶ୍ରୀ ବାସ୍ତବ ସ୍ୱାଇଁ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha