Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ୍ଦର ବିରୋଧରେ ବିସ୍ଥାପିତଙ୍କ ମେଳି : ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ

ବନ୍ଦର ବିରୋଧରେ ବିସ୍ଥାପିତଙ୍କ ମେଳି : ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ

ସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଁଣ ଦକ୍ଷିଣ ପାର୍ଶ୍ଵରେ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସ ୧୩ତାରିଖରେ ଅସ୍ତରଙ୍ଗ ବ୍ଲକ ପଡିଆରେ ଜନଶୁଣାଣି ଶିବିର ହୋଇଥିଲା । ପୁନର୍ବାର ଜନଶୁଣାଣି ଜାନୁଆରୀ ୨୧ ଓ ୨୩ ତାରିଖରେ ହୋଇଥିଲା ।ଏହି ଜନ ଶୁଣାଣିରେ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ବିରୋଧ କରିଥିଲେ ।

ଜୈବବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଅସ୍ତରଙ୍ଗ ଅଞ୍ଚଳକୁ ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସମାଗମ ହେଉଛି। ସେହିପରି ଏହି ଅଞ୍ଚଳ ଅଲିଭ ରିଡେଲ କଇଁଛଙ୍କ ଅଣ୍ଡାଦାନ ସ୍ଥଳୀ ଭାବେ ବେଶ ପରିଚିତ ଅଟେ। ସ୍ଥାନୀୟ ଅଞ୍ଚଳବାସୀ ନିଜର ପରିବାର ପ୍ରତିପୋଷଣ ପାଇଁ ଧାନ, ପାନ ଓ ମୀନ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଛନ୍ତି। ଏଠାରେ ବନ୍ଦର ହେଲେ ଅନେକ ସମସ୍ୟା ସୃଷ୍ଟି ହେବ।

ଜୀବନ ପଛେ ଚାଲିଯିବ ନିଜ ଭିଟା ମାଟି କୁ ଛାଡ଼ିବୁ ନାହିଁ ବୋଲି ବିସ୍ଥାପିତ ମାନେ ଏକ ସ୍ୱରରେ ବିରୋଧ ପ୍ରଦର୍ଶନ କରିଥିଲେ । ପୀରଜାହାନିଆ ପୀଠରେ ପୀରଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚ ତରଫରୁ ଗୁରୁବାର ଅପରାହ୍ନରେ ନିଜ ଭିଟାମାଟି ସୁରକ୍ଷା ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୀରଜାହାନିଆ ଭିଟାମାଟି ସୁରକ୍ଷା ମଞ୍ଚର ସଭାପତି ପ୍ରଫୁଲ କୁମାର ବିଶ୍ବାଳଙ୍କ ଅଭିଯୋଗ ଅନୁଯାଇ କିଛି ଦିନ ହେଲା ସରକାରୀ ସ୍ତରରେ ବିଭିନ୍ନ ବିସ୍ଥାପିତ ହେଉଥିବା ଗ୍ରାମକୁ ସରକାରୀ କର୍ମଚାରୀ ଯାଇ ସର୍ଭେ କରୁଥିବା ଜାଣିବାକୁ ପାଇଥିଲେ ।ଯାହାକୁ ନେଇ ପୁର୍ନରବାର ପ୍ରସ୍ଥାପିତ ବନ୍ଦର ବିରୁଦ୍ଧରେ ଏକତ୍ରିତ ହୋଇ ବିରୋଧ ପଦର୍ଶନ କରିଥିଲେ । ଏହି ବିରୋଧ ପଦର୍ଶନ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ କ୍ଷୀରୋଦ କୁମାର କାଣ୍ଡି,ସୁରେନ୍ଦ୍ର କୁମାର ସ୍ୱାଇଁ,କୃଷ୍ଣ ଚନ୍ଦ୍ର ବିଶ୍ୱାଳ ସମେତ ବିସ୍ଥାପିତ ହେଉଥିବା ୮ଟି ମୌଜାର ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha