ଛତ୍ରପୁର, (ଓ୍ବାଇଏନଏସ) : ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନ ର ବେଗ ମଧ୍ୟ୍ୟ ଅଧିକ ରହିବ ଫଳରେ ସମୁଦ୍ର ଅଶାନ୍ତ ରହିବ | ଏଥିପାଇଁ ମତ୍ସ୍ୟଜୀବିମାନଙ୍କୁ ୨୫ ରୁ ୨୭ ଏହି ତିନି ଦିନ ପ୍ରଯ୍ୟନ୍ତ ସମୁଦ୍ର ନ ଯିବାକୁ ବାରଣ କରାଯାଇଛି ।
ଏସଆରସି ଙ୍କ ନିଦେଶ କ୍ରମେ ଗଞ୍ଜାମ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ସାଗର ମିତ୍ର ମାନଙ୍କ ଜରିଆରେ ମତ୍ସ୍ୟଯିବି ମାନଙ୍କୁ ସଚେତନତା କରାଯାଉଛି । ମାଇକ ଯୋଗେ ସଚେତନତା କରାଯାଉଛି। ସମୁଦ୍ର ଆସାନ୍ତ ରହିବ ତେଣୁ ମତ୍ସ୍ୟଜୀବି ମାନେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମାଛ ଧରିବାକୁ ଯିବାକୁ ବାରଣ କରିବା ସହ ଯେଉଁ ମାନେ ସମୁଦ୍ର ଭିତରକୁଯାଇଛନ୍ତି ଫେରି ଆସିବାକୁ ସାଗର ମିତ୍ର ଜରିଆରେ କୁହାଯାଇଛି | ଏପରିକି ନିଜର ଡ଼ଙ୍ଗା ଓ ଜାଲ କୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି | ସମୁଦ୍ର ଅଶାନ୍ତ ରହିବା ସହ ବଡ଼ ବଡ଼ ଲହଡ଼ି ଆସିବ । ଗଞ୍ଜାମ ଜିଲ୍ଲା ରେ ୨୭ ଖଣ୍ଡ ମତ୍ସ୍ୟଜୀବି ଗାଁ ରହିଛି ।
ପାତି ସୋନପୁର ଠାରୁ ପ୍ରୟାଗି ପ୍ରଯ୍ୟନ୍ତ | ଦୈନିକ ସେମାନଙ୍କ ଜୀବିକା କହିଲେ ସମୁଦ୍ର କୁ ମାଛ ଧରିବା ପାଇଁ ଯାଇଥାନ୍ତି । ଏବେ ବାରଣ ଥିବାରୁ ମତ୍ସ୍ୟଜୀବି ମାନଙ୍କ ଜୀବିକା ଉପରେ ବିଶେଷ ପ୍ରବାହ ପଡିବ ବୋଲି ମତ୍ସ୍ୟଜୀବିମାନେ କହିଛନ୍ତି । ମାଛ ଧରି ଆଣିଲେ ଏହାକୁ ବିକ୍ରି କରିଲେ ପରିବାର ଚଳେ। ତେଣୁ ସରକାର ଆମ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

