Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ହେଲେ ବିପ୍ଳବ

ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ହେଲେ ବିପ୍ଳବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ବିଜୁ ଜନତା ଦଳ ସଙ୍ଗଠନ କୁ ଦୃଢିଭୂତ କରିବା ଉଦ୍ଦେଶ୍ୟରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ମଙ୍ଗଳବାର ବିଜେଡ଼ି ସୁପ୍ରିମୋ ତଥା ରାଜ୍ୟସଭାପତିି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ଯ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିବା ଜଣାପଡିଛି ।

ବିପ୍ଳବ ପୂର୍ବରୁ ଦଳର ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱରେ ରହିଥିଲେ । ପୂର୍ବରୁ ତାଙ୍କ ପିତା ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଦୀର୍ଘ ବର୍ଷ ଧରି ଦିଗପହଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଲଗାତର ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବିଭିନ୍ନ ବିଭାଗର ଦାୟିତ୍ୱରେ ରହିବା ସହ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଦଳୀୟ କାର୍ଯ୍ୟକର୍ତ୍ତା ଭାବେ ତାଙ୍କୁ ନିଯୁକ୍ତି ମିଳିବାପରେ ସମଗ୍ର ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ଶିବିରରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ନେତୃତ୍ୱ ଓ ସଂଗଠନ ଦକ୍ଷତା ଦଳକୁ ଆଗକୁ ନେବାରେ ନିଶ୍ଚିତ ଭାବେ ନୂଆ ଶକ୍ତି ଓ ପ୍ରେରଣା ଦେବା ସହ ସମଗ୍ର ଦିଗପହଣ୍ଡି ନିର୍ବାଚନୀ ମଣ୍ଡଳୀରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ଦଳୀୟ କର୍ମୀବୃନ୍ଦ ମତ ରଖିଛନ୍ତି । ଏହି ଦାୟିତ୍ଵ ମିଳିବା ପରେ ବିପ୍ଲବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳୀୟ କର୍ମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ସମେତ ଦିଗପହଣ୍ଡି ବିଜୁ ଜନତାଦଳ କାର୍ଯ୍ୟକର୍ତ୍ତା ବୃନ୍ଦ ବିପ୍ଳବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha