Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେଡିର ସାମ୍ବାଦିକ ସମ୍ମିଳନୀ, ବନ୍ୟା ମୁକାବିଲାରେ ଶାସକ ଦଳର ବିଫଳତା ଅଭିଯୋଗ

ବିଜେଡିର ସାମ୍ବାଦିକ ସମ୍ମିଳନୀ, ବନ୍ୟା ମୁକାବିଲାରେ ଶାସକ ଦଳର ବିଫଳତା ଅଭିଯୋଗ

ଧାମନଗର (ଓ୍ବାଇଏନଏସ): ଧାମନଗର ବିଜୁ ଜନତା ଦଳ ତରଫରୁ ବନ୍ୟା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ,ଭୟଙ୍କର ବନ୍ୟା ମୁକାବିଲାରେ ଶାସକ ଦଳ ଏବଂ ପ୍ରଶାସନର ନିଷ୍କ୍ରିୟତା ଓ ଅବହେଳା ଯୋଗୁଁ ସାଧାରଣ ଲୋକ ଅସହାୟ ଅବସ୍ଥାରେ ଦିନ କାଟୁଥିବା ବିଜେଡି ନେତା ମାନେ ଅଭିଯୋଗ କରିଛନ୍ତି।ଶୁକ୍ରବାର ଅପରାହ୍ନ ୪ଟା ବେଳେ ଦୋବଲଠାରେ ବ୍ଲକ ସଭାପତି ପ୍ରତାପ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ସାରଦା ପ୍ରସନ୍ନ ସାହୁ,ପୂର୍ବତ୍ତନ ପଞ୍ଚାୟତ ସମିତି ଅଧକ୍ଷ ଆଶୋକ ନାୟକ, ବ୍ଳକ ଉପାଧ୍ୟକ୍ଷା ଜଗବନ୍ଧୁ ପ୍ରଧାନ,ସମିତିସଭ୍ୟ ଭାରତ ବିଜୟ ଦଳାଇ, ସୂର୍ଯ୍ୟକାନ୍ତ ନାୟକ,ଜ୍ଞାନରଞ୍ଜନ ମହାକୁଡ଼,ସ୍ଥାନୀୟ ନେତା ସେକ ମୁସ୍ତାକ ଓ ଅନ୍ୟମାନେ ଯୋଗ ଦେଇ ବନ୍ୟା ମୁକାବିଲାରେ ଶାସକ ଦଳର ବିଫଳତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଚଳିତ ବର୍ଷ ବନ୍ୟାର ତୃତୀୟ ଦିନ ବିତିଯାଇଥିଲେ ମଧ୍ୟ ଅନେକ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ,ପୋଲେଥିନ,ବିଶୁଦ୍ଧ ପାନୀୟ ଜଳ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସହାୟତା ପହଞ୍ଚି ପାରିନଥିବା ଦଳ ପକ୍ଷରୁ କୁହାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଧାମନଗର ବିଜେଡିର ଏକ ପ୍ରତିନିଧି ଦଳ ବନ୍ୟାପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପୀଡ଼ିତଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ବିପନ୍ନ ଲୋକଙ୍କ ଦୁଃଖ,ଅଭାବ ଓ ଯନ୍ତ୍ରଣାକୁ ନିକଟରୁ ଅନୁଭବ କରିବା ପରେ ତୁରନ୍ତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବା ପାଇଁ ଦଳ ଦାବି କରିଛି।ବିଜେଡିର ଦାବି ମଧ୍ୟରେ ପ୍ରତ୍ୟେକ ବନ୍ୟାପ୍ରଭାବିତ ପଞ୍ଚାୟତ ରେ ଅତି କମରେ ସାତ ଦିନ ପାଇଁ ପର୍ଯ୍ୟାପ୍ତ ଶୁଖିଲା ଓ ରନ୍ଧା ଖାଦ୍ୟର ସ୍ୱତନ୍ତ୍ର ରିଲିଫ୍ ବ୍ୟବସ୍ଥା, ଗୃହପାଳିତ ପଶୁଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଣ, କ୍ଷତିଗ୍ରସ୍ତ ଚାଷଜମିର ବାସ୍ତବ ସର୍ଭେ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, କ୍ଷତିଗ୍ରସ୍ତ ରାସ୍ତାଘାଟର ତୁରନ୍ତ ଅସ୍ଥାୟୀ ଓ ସ୍ଥାୟୀ ମରାମତି ଏବଂ ନଦୀବନ୍ଧଗୁଡ଼ିକର ସ୍ଥାୟୀ ସୁଦୃଢ଼ୀକରଣ ଅନ୍ତର୍ଭୁକ୍ତ ରହିଛି।ସେହିପରି ପ୍ରକୃତ କ୍ଷତିଗ୍ରସ୍ତ ପରିବାରମାନଙ୍କୁ କୌଣସି ପ୍ରକାର ରାଜନୈତିକ ପକ୍ଷପାତ ନକରି ପଲିଥିନ ବଣ୍ଟନ,ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ମୋବାଇଲ ମେଡିକାଲ ଟିମ୍,ଔଷଧ ଓ ଜୀବାଣୁନାଶକ ଛିଞ୍ଚା ବ୍ୟବସ୍ଥା ସହ ମହାମାରୀ ରୋକିବା ପାଇଁ ପଦକ୍ଷେପ ଗ୍ରହଣ,କ୍ଷତିଗ୍ରସ୍ତ ବାସଗୃହର ତୁରନ୍ତ ଆକଳନ କରି ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ ଏବଂ ରିଲିଫ୍ ବଣ୍ଟନରେ ସ୍ୱଚ୍ଛତା ବଜାୟ ରଖି ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ସାମିଲ କରିବାକୁ ଦଳ ଦାବି କରିଛି।ଧାମନଗରର ବନ୍ୟାପୀଡ଼ିତ ଜନସାଧାରଣଙ୍କ ସହ ବିଜୁ ଜନତା ଦଳ ସର୍ବଦା ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଯଦି ରାଜ୍ୟ ସରକାର ଓ ପ୍ରଶାସନ ଏହି ନ୍ୟାୟସଙ୍ଗତ ଦାବିଗୁଡ଼ିକ ପ୍ରତି ଉଦାସୀନ ମନୋଭାବ ଜାରି ରଖନ୍ତି, ତେବେ ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାର ସୁରକ୍ଷା ପାଇଁ ଦଳ ସମ୍ବିଧାନସମ୍ମତ ଓ ଗଣତାନ୍ତ୍ରିକ ଉପାୟରେ ନିଜର ପ୍ରତିବାଦକୁ ଆହୁରି ତୀବ୍ର କରିବାକୁ ବାଧ୍ୟ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha