Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେପି ଦଳ ତରଫରୁ ବିଜୟ ଉତ୍ସବ

ବିଜେପି ଦଳ ତରଫରୁ ବିଜୟ ଉତ୍ସବ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ପଶ୍ଚିମ ବଙ୍ଗରେ ବିଜେପି ଦଳ ବହୁ ଆସନରେ ଜୟଯୁକ୍ତ ହୋଇ ଶାସକ ତୃଣମୂଳ କଂଗ୍ରେସ ଦଳକୁ ହରାଇବାରେ ସକ୍ଷମ ହେବା ପରେ ମୁନିଗୁଡ଼ାରେ ବିଜେପି ଦଳ ତରଫରୁ ବିଜୟ ଉତ୍ସବ ମଣ୍ଡଳ ସଭାପତି ସୁବାସ ଗୌଡ଼ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ବିଜେପିର ଦଳୀୟ ନେତା ଓ କର୍ମୀ ମାନେ ହାତରେ ଦଳୀୟ ପତାକା ଧରି ଭାରତ ମାତାକୀ ଜୟ,ବନ୍ଦେ ମାତରଂ, ବିଜୟୀ ସ୍ଲୋଗାନ ଏବଂ ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳନ କରିବା ସହ ରଙ୍ଗ ବିରଙ୍ଗ ଆତିଷବାଜ ସହ ମିଷ୍ଠାନ ବଣ୍ଟନ କରିଥିଲେ।

ପରେ ବ୍ଲକ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବସ ଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ବିଜୟ ଉତ୍ସବ ପାଳନ କରିବା ସହ ରଙ୍ଗ ବିରଙ୍ଗ ଆତିଷବାଜ ସହ ମିଷ୍ଠାନ ବଣ୍ଟନ କରିଥିଲେ। ଏହି ବିଜୟ ଉତ୍ସବ ପାଳନ ବେଳେ ପୂର୍ବତନ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପ ସଭାପତି ରାମଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ଉପସଭାପତି ରାମକୃଷ୍ଣ ପଣ୍ଡା,ବିଜେପି ନେତା ତ୍ରିନାଥ ପଣ୍ଡା, ଭୀମ ବେହେରା,ପଦ୍ମ ବେହେରା,ଗରିବ ଗରଡିଆ, ମୀନ ଗୌଡ଼, ଆଳିବାନ ବାଗ,ରମେଶ ଗୌଡ଼,ରାକେଶ ଶିକା,ରୁଦ୍ରଯିତ ନାୟକ,ଧନୁ କୁଶୁଲିଆ,ନରେନ୍ଦ୍ର ନାଗ ପ୍ରମୁଖଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀ ମାନେ ଶୋଭାଯାତ୍ରାରେ ଉପସ୍ଥିତ ରହି ବିଜେପି ଦଳର ବିପୁଳ ବିଜୟ ପାଇଁ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ସାହ,ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ,ରାଜ୍ୟ ସଭାପତି ମନମୋହନ ସାମଲ,ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତିନି ରାଜ୍ୟର ସମସ୍ତ ପଦାଧିକାରୀ କାର୍ଯ୍ୟକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha