Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ଳକ୍‍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତା ଉଦ୍‍ଯାପିତ

ବ୍ଳକ୍‍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତା ଉଦ୍‍ଯାପିତ

ସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ପରାମର୍ଶ କ୍ରମେ କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍‍ ହାଇସ୍କୁଲ ପରିସରରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪ ବର୍ଷରୁ କମ୍‍ ଓ ୧୭ ବର୍ଷରୁ କମ୍‍ ବାଳକ ଓ ବାଳିକା ବର୍ଗରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଚାଲିଥିବା ଦୁଇଦିବସୀୟ ବ୍ଳକ୍‍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତା ଉଦ୍‍ଯାପିତ ହୋଇଯାଇଛି ।

ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ତଥା କ୍ରୀଡା ସଂଗଠନର ସଭାପତି ସୁଜିତ୍‍ କୁମାର ପାଢୀଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି ବ୍ଳକ୍‍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଭଗବାନ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ଆସିକା ବ୍ଳକ କ୍ରୀଡା ସଂଗଠନର ସଂପାଦକ ତଥା ବରିଷ୍ଠ କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ କ୍ରୀଡାଭ୍ୟାସର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ନେଇ କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍‍ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଦୁଇଦିବସୀୟ ଏହି ବ୍ଳକ୍‍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାର ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଖୋଖୋ, କବାଡି, ଯୋଗ, ଦୌଡ, ଉଚ୍ଚାଡିଆଁ, ଲମ୍ବାଡିଆଁ, ତ୍ରିପଦଡିଆଁ, ବଚ୍ଛା ଫୋପଡା, ସଟ୍‍ଫୁଟ୍‍ ଥ୍ରୋ ସମେତ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଏହି ବ୍ଳକ୍‍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଚୟନ କରାଯାଇଥିଲା । ଆସିକା କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍‍ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବ୍ଳକସ୍ତରୀୟ ଖେଳକୁଦ ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ କ୍ରୀଡାଶିକ୍ଷକ ଜି.ଆନନ୍ଦ ପାତ୍ର, ମନୋରଂଜନ ପଣ୍ଡା, ନବଘନ ବାଡତ୍ୟା, ମଦନ ମୋହନ ବାଡତ୍ୟା, ସ୍ୱଦେଶ କୁମାର ଦଳେଇ, ଏସ୍‍କେ ୟୁସୁଫ୍‍, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ଜେନା, ଦେବାଶିଷ୍‍ ପାଣିଗ୍ରାହୀ, ସର୍ମିଷ୍ଠା ସାହୁ, ସୁମିତ୍ରା କାର୍ଜି, ରୁଚି ନାହାକ, ଇପ୍ସିତା ମଲିକ, ମିତାଞ୍ଜଳୀ ପଣ୍ଡା, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ଶୁଭାଶିଷ୍‍ ନାହାକ, ସିଦ୍ଧାନ୍ତ ସେଠୀ, କର୍ମଚାରୀ ରବିନ୍ଦ୍ର କୁମାର ସ୍ୱାଇଁ ଓ ବାସୁଦେବ ପ୍ରଧାନ ଏବଂ ଜୟଦେବ ରାଉତଙ୍କ ସମେତ ଶିକ୍ଷାବିଭାଗର ବହୁ କର୍ମଚାରୀ ଓ ଶିକ୍ଷକ ଏବଂ କ୍ରୀଡାଶିକ୍ଷକ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ଅଧୀନସ୍ଥ କଲେଜଛକ ସ୍ଥିତ ଟେକନିକାଲ୍‍ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଏହି ଦୁଇଦିବସୀୟ ବ୍ଳକ୍‍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ଭିଡ ଜମିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha