Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡହଡହ ଖରାରେ କର୍ତ୍ତବ୍ୟ ସଂପାଦନ କରୁଛନ୍ତି ହୋମ୍‍ଗାର୍ଡ

ଡହଡହ ଖରାରେ କର୍ତ୍ତବ୍ୟ ସଂପାଦନ କରୁଛନ୍ତି ହୋମ୍‍ଗାର୍ଡ

ସିକା (ୱାଇଏନ୍‍ଏସ୍‍) :ତତଲା କଡେଇରେ ଗତ କିଛି ଦିନ ହେଲା ଭାଜି ହେଉଛି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ । ମୁଣ୍ଡଫଟା ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଏକ ପ୍ରକାର ଅସ୍ତବ୍ୟସ୍ତ କରିପକାଉଛି । ଏହି ପରିପ୍ରେକ୍ଷୀରେ ଆସିକା ଅଞ୍ଚଳରେ ମଧ୍ୟାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟତଃ ୪୦ ଡିଗ୍ରୀ ପରେ ରହୁଛି ।

ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍‍ ହୋଇପଡୁଛି । ଏହା ସତ୍ତ୍ୱେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟରେ ତିଳେମାତ୍ର ଅବହେଳା ନକରି ଆସିକା ବିଜୁ ପଟ୍ଟନାୟକ ଛକ ସମେତ କଳିଙ୍ଗ ରୋଡ, ବିନାୟକ ବଜାର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଡହଡହ ଖରାରେ ରାସ୍ତା ଉପରେ ହୋମ୍‍ଗାର୍ଡ ମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠା ଓ ତ୍ୟାଗର ସହ ସୁଚାରୂ ରୂପେ ସଂପାଦନ କରୁଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାର ଅନ୍ୟତମ ସର୍ବବୃହତ୍‍ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ରୂପେ ପରିଚିତ ଥିବା ଆସିକା ସହରକୁ ଦୈନିକ ଶହ ଶହ ଲୋକ ବିଭିନ୍ନ ଅଞ୍ଚଳରୁ ଆସିଥାନ୍ତି । ବ୍ୟସ୍ତବହୁଳ ବିଜୁପଟ୍ଟନାୟକ ଛକରେ ପ୍ରଶାସନ ପକ୍ଷରୁ ଟ୍ରାଫିକ୍‍ ପୋଷ୍ଟଟିଏ ନିର୍ମାଣ କରିବା ବର୍ତ୍ତମାନ ସୁଦ୍ଧା ସମ୍ଭବପର ହୋଇପାରି ନଥିଲା ବେଳେ ଗୃହରକ୍ଷୀ ଖୋଲା ଆକାଶ ତଳେ ପ୍ରଚଣ୍ଡ ଖରାରେ ଘଣ୍ଟ ଘଣ୍ଟା ଠିଆ ହୋଇ ଟ୍ରାଫିକ୍‍ ନିୟନ୍ତ୍ରଣ କରୁଥିବା ପରିଲକ୍ଷିତ ହେଉଛି ।

ଅତୀତରେ ପ୍ରଶାସନ ପକ୍ଷରୁ ବିଜୁପଟ୍ଟନାୟକ ଛକରେ ଟ୍ରାଫିକ୍‍ ସମସ୍ୟାକୁ ନିୟନ୍ତ୍ରଣ କରିବା ଟ୍ରାଫିକ୍‍ ପୋଲିସକୁ ନିୟୋଜିତ କରାଯାଇଥିଲେ ମଧ୍ୟ ତାହା କୌଣସି କାରଣରୁ ପ୍ରତ୍ୟାହାର କରିନିଆଯାଇଥିବା ଜଣାପଡିଛି । ବିଗତ କିଛି ମାସ ହେଲା ଆସିକା ଥାନାର କେତେକ ହୋମ୍‍ଗାର୍ଡ ବିଜୁ ପଟ୍ଟନାୟକ ଛକ, କଳିଙ୍ଗ ରୋଡ, ବିନାୟକ ବଜାର ସମେତ ବିଭିନ୍ନ ବ୍ୟସ୍ତବହୁଳ ମୁଖ୍ୟରାସ୍ତାରେ ଟ୍ରାଫିକ୍‍ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ନିୟୋଜିତ ଥିବା ଦେଖିବାକୁ ମିଳୁଛି । ବିଗତ କିଛି ମାସ ହେଲା ଗ୍ରୀଷ୍ମପ୍ରବାହରେ ସାରା ଆସିକା ଜଳୁଥିଲା ବେଳେ ଟ୍ରାଫିକ୍‍ ସମସ୍ୟାକୁ ସୁଧାରିବା ଲାଗି ବିଜୁ ପଟ୍ଟନାୟକ ଛକ ସମେତ ବିନାୟକ ବଜାର ଓ ଅନ୍ୟ କେତେକ ଅଞ୍ଚଳରେ ନିୟୋଜିତ ଥିବା ହୋମ୍‍ଗାର୍ଡ ଡହଡହ ଖରାରେ ଛକରେ ଠିଆ ହୋଇ ନିଜର ଦାୟିତ୍ୱ ସୁଚାରୂ ରୂପେ ନିର୍ବାହ କରୁଥିବା ଦେଖିବାକୁ ମିଳୁଛି । ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରଚଣ୍ଡ ରୌଦ୍ରତାପକୁ ଖାତିର୍‍ ନକରି ହୋମ୍‍ଗାର୍ଡ ନିଜ କର୍ତ୍ତବ୍ୟରେ ଅବହେଳା କରୁନଥିବା ବେଳେ ପ୍ରଚଣ୍ଡ ଖରାରେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏସି ହେଲ୍‍ମେଟ୍‍ ଓ କୁଲିଂ ଜ୍ୟାକେଟ୍‍ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ସତେଚନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି ।

ଆସିକା ବିଜୁପଟ୍ଟନାୟକ ଛକ ଓ ବିନାୟକ ବଜାର ଏବଂ କଳିଙ୍ଗ ରୋଡରେ ଡହଡହ ଖରାରେ ଗତ କିଛି ଦିନ ହେଲା କର୍ତ୍ତବ୍ୟ ସୁଚାରୂ ରୂପେ ସଂପାଦନ କରୁଥିବା ହୋମ୍‍ଗାର୍ଡଙ୍କୁ ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ପାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଛତା ପ୍ରଦାନ କରାଯାଇଥିବା ଜଣାପଡିଛି । ଆସିକା ବିଜୁପଟ୍ଟନାୟକ ଛକରେ ଟ୍ରାଫିକ୍‍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ଥିବା ହୋମ୍‍ଗାର୍ଡ ନିଜର ଡ୍ୟୁଟି ଜାରି ରଖିଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଖରାରେ କାମ କରିବା କୌଣସି ନର୍କଯନ୍ତ୍ରଣା ଠାରୁ କମ୍‍ ନୁହେଁ ବୋଲି ରାସ୍ତାରେ ଯାଉଥିବା କେତେକ ଜନସାଧାରଣ ଟୁପୁରୁଟାପୁରୁ ହେଉଥିବା ଜଣାପଡିଛି । ଡହଡହ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଗୁଡିକ ମଧ୍ୟ ଛୁଟି ଘୋଷଣା କରାଯାଇସାରିଛନ୍ତି । ଡହ ଡହ ଖରାରେ ଟ୍ରାଫିକ୍‍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ନିୟୋଜିତ ଥିବା ହୋମ୍‍ଗାର୍ଡମାନଙ୍କୁ କୁଲିଂ ଜ୍ୟାକେଟ୍‍ ଏବଂ ଏସି ହେଲ୍‍ମେଟ୍‍ ପ୍ରଦାନ ସଂକ୍ରାନ୍ତରେ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ବିଭିନ୍ନ ଦିଗକୁ ଆଧାର କରି ସମସ୍ୟାର ସମାଧାନ ଦିଗରେ ଅତିଶୀଘ୍ର ପଦକ୍ଷେପ ନିଆଯିବ । ଟ୍ରାଫିକ୍‍ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ନିୟୋଜିତ ରହି ଡହଡହ ଖରାରେ କାର୍ଯ୍ୟ କରୁଥିବା ହୋମ୍‍ଗାର୍ଡ ମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ସେମାନଙ୍କୁ ଏସି ହେଲ୍‍ମେଟ୍‍ ସାଙ୍ଗକୁ ହାତରେ ଲଗାଇବା ପାଇଁ ଗ୍ଳୋବ୍ସ ସମେତ କୁଲିଂ ଜ୍ୟାକେଟ୍‍ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha