Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡ୍ରାଇଭର ଦିବସ ପାଳିତ

ଡ୍ରାଇଭର ଦିବସ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଆଜି ଡ୍ରାଇଭର ଦିବସ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଡ୍ରାଇଭରମାନେ ମିଳିତ ଭାବେ ଡ୍ରାଇଭର ଦିବସ ପାଳନ କରିଛନ୍ତି. କାଶୀନଗର ଡ୍ରାଇଭର ସଙ୍ଘ ତରଫରୁ ସଭାପତିଙ୍କ ନେତୃତ୍ୱରେ ଡ୍ରାଇଭରମାନେ ନିଜର ୟୁନିଫର୍ମ ପିନ୍ଧି କାଶୀନଗର ସହର ପରିକ୍ରମା କରିଥିଲେ, କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠି ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ.

ପରେ ଏକ ମୋଟର ସାଇକେଲ ରାଲି କାଶୀନଗର ବ୍ଲକରେ ପରିକ୍ରମା କରି ଡ୍ରାଇଭର ଏକତା ଜିନ୍ଦାବାଦ ନାରା ଦେଇ ଥିଲେ. ପରେ ସମସ୍ତ ଡ୍ରାଇଭରଙ୍କୁ ନେଇ ଏକ ସଭା ଖଣ୍ଡବା ଠାରେ ଅନୁଷ୍ଠିତ ହୋଇଥଲା. ଡ୍ରାଇଭରଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥଲା. ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଏ ଵାଲା କ୍ରିଷ୍ଣା ସମ୍ପାଦକ ତିରୁପତି ପାତ୍ର ଇ ପଡଲା ରାମୁ, ହିମଗିରି ଏମାନେ ସହଯୋଗ କରିଥିଲେ.

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha