Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଞ୍ଜାମ ଏମଭିଆଇ ଓ ଷ୍ଟେନୋଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ ଏମଭିଆଇ ଓ ଷ୍ଟେନୋଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ତ୍ରପୁର: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମ ସୁନ୍ଦର ମାର୍ଥା ଙ୍କ ଆଜି ଚାକରି ରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ ଅଗସ୍ତିନୁଆ ଗାଁ ସ୍ଥିତ ସ୍ୱୟଂ କ୍ରୀୟ ଯାନ ଚାଳନା ପରୀକ୍ଷା କେନ୍ଦ୍ର ପରିସର ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରଟିଓ ଇଂ ଦେବାଶିଷ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହିଅବସର ରେ ଡେପୁଟି କମିଶନ ର (ଛତ୍ରପୁର) ଗୋପାଳ ଦାଶ, ଆରଟିଓ ଇଂ.

ଦେବାଶିଷ ସ୍ୱାଇଁ, ଏ ଆରଟିଓ ସୋମନାଥ ଶବର, ଜୁନିଅର ଏମଭିଆଇ ତାରାକାନ୍ତ ନନ୍ଦ ଓ ରୋହିତ କୁମାର ପଣ୍ଡା, ଟିଆଇ ବିଶ୍ୱ ରଞ୍ଜନ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗଦେଇ ଏମଭିଆଇ ଶ୍ରୀ ବେହେରା ଏବଂ ଷ୍ଟେନୋ ଶ୍ରୀ ମାର୍ଥା ଙ୍କ ଅବସରକାଳୀନ ଜୀବନ କିପରି ସୁଖ ମୟ ହେବ ସେଥିପାଇଁ ସମସ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଏହା ସହିତ ଦୁଇଜଣ ଙ୍କୁ ଡେପୁଟିକମିସନର ଏବଂ ଆରଟିଓ ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ କାର୍ଯ୍ୟାଳୟ ର ଅଜୟ କୁମାର ବାରିକ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha