Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଠନ ହେଲା 'ଯୁବ ସେବା ବାହିନୀ ଭଦ୍ରକ'

ଗଠନ ହେଲା 'ଯୁବ ସେବା ବାହିନୀ ଭଦ୍ରକ'

ନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲାରେ ସେବା ଓ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଲକ୍ଷ୍ୟରେ 'ଯୁବ ସେବା ବାହିନୀ ଭଦ୍ରକ' ନାମରେ ଏକ ସଙ୍ଗଠନ ଗଠନ ହୋଇଛିl ଏପରିପେକ୍ଷୀରେ ରବିବାର ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଅଧୀନ ସରମରାସ୍ଥିତ ଆଦିବାସୀ ସାହିରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ସଂଗଠନର ବରିଷ୍ଠ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଉତ୍ତମ ଚରିତ୍ର ଗଠନ ସମ୍ପର୍କରେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଦେଇଥିଲେ।

ଭବିଷ୍ୟତରେ ପିଲାମାନେ ଭଲ ମଣିଷ ହେବା ସହ ଉତ୍ତମ ଶିକ୍ଷା ଓ ସୁସ୍ଥ ଜୀବନ ଲାଭ କରି କିଭଳି ନିଜ ଜୀବନରେ ଆଗକୁ ବଢ଼ିପାରିବେ, ସେନେଇ ସଦସ୍ୟମାନେ ଆଲୋଚନା କରିଥିଲେ। ସଂଗଠନର ସଭାପତି ସରୋଜ କୁମାର ଜେନା ଓ ଉପସଭାପତି ରଞ୍ଜିତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ସନ୍ଦୀପ କୁମାର ଜେନା, ଚିନ୍ମୟ କୁମାର ଦାସ, ପଦ୍ମଲୋଚନ ବେହେରା, ସୁଜିତ ମାଝୀ, ସତ୍ୟବ୍ରତ ବିଶ୍ୱାଳ, ଭୋଳାନାଥ ବାରିକ, ମୃତ୍ୟୁଞ୍ଜୟ ଜେନା, ସୌମ୍ୟରଞ୍ଜନ ଜେନା, ସତ୍ୟବ୍ରତ ରାଉତ, ବ୍ରଜମୋହନ ରାଉତଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।ଶେଷରେ ସଂଗଠନ ପକ୍ଷରୁ ଆଦିବାସୀ ବସ୍ତିର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ 'ଯୁବ ସେବା ବାହିନୀ ଭଦ୍ରକ' ପକ୍ଷରୁ ଜିଲାର ବିଭିନ୍ନ ଅଞ୍ଚଳରେ ସେବା ଓ ସଚେତନତାମୂଳକ କାର୍ଯ୍ୟ ଜାରି ରହିବ ବୋଲି ସଂଗଠନର ସଦସ୍ୟମାନେ କହିଛନ୍ତି l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha