Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗିରଫର ୧୫ଦିନ ପରେବି ନିଲମ୍ବନ ହୋଇନାହାନ୍ତି ଶିକ୍ଷା ବିଭାଗ କିରାଣି

ଗିରଫର ୧୫ଦିନ ପରେବି ନିଲମ୍ବନ ହୋଇନାହାନ୍ତି ଶିକ୍ଷା ବିଭାଗ କିରାଣି

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ): ଶିକ୍ଷା ବିଭାଗର ଜଣେ କିରାଣି ଗିରଫ ହେବାର ୧୫ଦିନ ପରେବି ନିଲମ୍ବନ ହୋଇନଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ଡେରାବିଶ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ରମେଶ ଚନ୍ଦ୍ର ରାଉତ ଜନୈକ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ଦ୍ୱାରା ଚଳିତ ଅଗଷ୍ଟମାସ ୧୪ତାରିଖରେ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି।

ଏପର୍ଯ୍ୟନ୍ତ ସଂପୃକ୍ତ କିରାଣି ଜଣଙ୍କ ଜାମିନ ପାଇନଥିବା ବେଳେ ସଦର ଥାନା ପୋଲିସ ପକ୍ଷରୁ ଶିକ୍ଷା ବିଭାଗକୁ କୈାଣସି ତଥ୍ୟ ପ୍ରଦାନ କରାଯାଇନଥିବା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ କହିଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ସଦର ଥାନା ପୋଲିସକୁ ଏବାବଦରେ ତଥ୍ୟ ପ୍ରଦାନ ପାଇଁ ଚିଠି ଲେଖାଯିବା ପରେବି ପୋଲିସ ପକ୍ଷରୁ କୈାଣସି ଉତ୍ତର ମିଳିନଥିବାରୁ ସଂପୃକ୍ତ କିରାଣିଙ୍କୁ ନିଲମ୍ବନ କରାଯାଇନଥିବା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବାରିକ କହିଛନ୍ତି। ଅପରପକ୍ଷରେ ଏସମ୍ପର୍କରେ ଶିକ୍ଷା ବିଭାଗରୁ କୈାଣସି ଚିଠି ପାଇନଥିବା ସଦରଥାନାଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି। ସରକାରୀ ନିୟମ ଅନୁଯାୟୀ ଜଣେ ସରକାରୀ କର୍ମଚାରୀ ଗିରଫ ହୋଇ ୨୪ଘଣ୍ଟା ଜେଲରେ ରହିଲେ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯିବା କଥା। କିନ୍ତୁ ଏକ୍ଷେତ୍ରରେ ସେହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha