Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୋଟିଏ କେନ୍ଦ୍ରରେ ଆରମ୍ଭ ହେଲା ସଂସ୍କୃତ ଶାସ୍ତ୍ରୀ ପରୀକ୍ଷା

ଗୋଟିଏ କେନ୍ଦ୍ରରେ ଆରମ୍ଭ ହେଲା ସଂସ୍କୃତ ଶାସ୍ତ୍ରୀ ପରୀକ୍ଷା

ସିକା (ୱାଇଏନ୍‍ଏସ୍‍): ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ଯୁକ୍ତ-୩ ଦ୍ୱିତୀୟ ବର୍ଷ ଶାସ୍ତ୍ରୀ (ତୃତୀୟ ସେମିଷ୍ଟାର) ପରୀକ୍ଷା ଗୁରବାର ଠାରୁ ସ୍ଥାନୀୟ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାନେ ମୂଲ୍ୟଭିତ୍ତିକ ପତ୍ର (ହିତୋପଦେଶର ମିତ୍ରଲାଭ ଓ ଯକ୍ଷ୍ୟ ପ୍ରଶ୍ନ) ବିଷୟରେ ପରୀକ୍ଷା ଦେଇଥିଲେ।

ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତତିନି ଦ୍ୱିତୀୟ ବର୍ଷ (ଶାସ୍ତ୍ରୀ) (ତୃତୀୟ ସେମିଷ୍ଟାର) ପରୀକ୍ଷାର ପ୍ରଥମ ଦିନରେ ସମୁଦାୟ ୨୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି। ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ଅଧ୍ୟାପକ ସନାତନ ପଣ୍ଡା, ବାବାନାଥ ମିଶ୍ର, ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାସ, କିରାଣୀ ଟୁନା ମହାରଣା, ପର୍ଯ୍ୟବେକ୍ଷକ ରୂପେ ଆଲିପୁର ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଲକ୍ଷ୍ମୀକାନ୍ତ ବିଷୋୟୀ ଓ ନିରଞ୍ଜନ ପାତ୍ରଙ୍କ ସମେତ ଶିକ୍ଷା ବିଭାଗରେ ବହୁ ପଦାଧିକାରୀ ଏହି ଯୁକ୍ତ-୩ ଦ୍ୱିତୀୟ ବର୍ଷ (ଶାସ୍ତ୍ରୀ) (ତୃତୀୟ ସେମିଷ୍ଟାର) ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଦିନର ପରୀକ୍ଷାରେ ସହଜ ଓ ସରଳ ଏବଂ ଭଲ ପ୍ରଶ୍ନ ପଡିଥିବାରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇସାରିବା ପରେ ଖୁସି ମନରେ ଫେରିଥିବା ପରିଲକ୍ଷିତ ହୋଇଥିଲା। ସଂସ୍କୃତ ଯୁକ୍ତ ତିନି ଶାସ୍ତ୍ରୀ ଦ୍ୱିତୀୟ ବର୍ଷ (ତୃତୀୟ ସେମିଷ୍ଟାର) ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା ବେଳେ ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ମାନଙ୍କୁ ସ୍ୱାଗତ କରାଯାଇଥିଲା।

ସକାଳ ୭ଟା ୩୦ ମିନଟରୁ ଅପରାହ୍ନ ୧୦ଟା ୩୦ ମିନଟ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ପରିଲକ୍ଷିତ ହୋଇଥିଲା। ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ମୋବାଇଲ ଫୋନ୍‍କୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଥିଲା। ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ କଡା ଯାଞ୍ଚର ସମ୍ମୁଖୀନ ହୋଇଥିଲେ । ସକାଳ ୭ଟା ୩୦ ମିନଟରେ ପରୀକ୍ଷା ଆରମ୍ଭ ହେବାକୁ ଥିଲା ବେଳେ ପରୀକ୍ଷାର୍ଥୀମାନଙ୍କୁ ସକାଳ ୭ଟାରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ପରୀକ୍ଷାର୍ଥୀମାନେ କିଏ କେଉଁ ସିଟ୍‍ରେ ବସିବେ ତାହା ମେକ୍‍ ମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍‍ ବୋର୍ଡରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ବେଳେ ଏକ ସୁନ୍ଦର ପରିବେଶ ମଧ୍ୟରେ ପରୀକ୍ଷାର୍ଥୀମାନେ ପ୍ରଥମ ଦିନର ପରୀକ୍ଷା ଶୃଙ୍ଖଳିତ ଭାବେ ଦେଇଥିବା ଦେଖିବାକୁ ମିଳିଥିଲା । ପରୀକ୍ଷା କେନ୍ଦ୍ରରେ ଶିକ୍ଷାନୁଷ୍ଠାନ ପକ୍ଷରୁ ପରୀକ୍ଷାର୍ଥୀ ମାନଙ୍କ ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha