Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହଜରତ୍ ମୁଜାହିଦ-ଏ-ମିଲ୍ଲତଙ୍କ ଉର୍ସ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ହଜରତ୍ ମୁଜାହିଦ-ଏ-ମିଲ୍ଲତଙ୍କ ଉର୍ସ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଧାମନଗର (ଓ୍ବାଇଏନଏସ): ଧାମନଗର ଠାରେ ଭାରତ ପ୍ରସିଦ୍ଧ ଧର୍ମପୀଠ ଖାନକା ସରିଫ ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତଙ୍କ ୪୭ତମ ଉର୍ସ ଉତ୍ସବ ଆସନ୍ତା ଅକ୍ଟୋବର ମାସ ୧୭ ଓ ୧୮ ଦୁଇ ଦିନ ଧରି ପାଳନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନ ୪ଟା ସମୟରେ ଧାମନଗର ଖାନଙ୍କା ସଭାଗୃହ ପରିସରରେ ପୀରବାବାଙ୍କ ସାନ ନାତି ତଥା ସରକାରୀ ସ୍ୱୀକୃତିପ୍ରାପ୍ତ ଖାନଙ୍କା ହବିବିୟା ଟ୍ରଷ୍ଟର ସଭାପତି ମୌଲାନା ସୟଦ ଗୋଲାମ ଅହେମ୍ମଦ ହବିବି (ମସ୍ତାନ-ଏ-ମିଲ୍ଲତ)ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ସହିତ ଆଗୁଆ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଉପସଭାପତି ମୋଲନା ଏମଡି ଅବଦୁଲ ମନ୍ନାନ ହବିବି,ସମ୍ପାଦକ ମୌଲାନା ମୁକ୍ତାର ଅହେମ୍ମଦ ହବିବି, ଉପଦେଷ୍ଟା ତଥା ସମାଜସେବୀ ଏମଡି ଫଜଲେ ବାରି ହବିବି,ସେକ ଅବଦୁଲ ହାକିମ,ମୀର ମୋହିଉଦ୍ଦିନ,ଏମଡି ହବିବୁର ରହେମାନ ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ। ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଉର୍ଷ ଉତ୍ସବକୁ ନୂତନ ଟ୍ରଷ୍ଟ ତଥା କମିଟି ତରଫରୁ ସମସ୍ତ କାର୍ଯ୍ୟ ହାତକୁ ନେଇ ଶାନ୍ତି ଶୃଙ୍ଖଳା ସହ କିପରି ପାଳନ ହେବ ଏବଂ ଆଗାମୀ ଦିନରେ ଜିଲ୍ଲା ଓ ବ୍ଲକ ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଯିବା ସହ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ତାଙ୍କର ସୁବିଧା ସୁଯୋଗ ନିମନ୍ତେ ବ୍ୟାପକ ଆଲୋଚନା କରାଯାଇଥିଲା।ଏହି ବାର୍ତ୍ତା ଓ ପ୍ରସାର ପ୍ରଚାର କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଏମଡି ଜୟନୁଲ ଆବେଦିନ,ସେକ ନେଜାମୁଦ୍ଦିନ,ସେକ ଇବ୍ରାହିମ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଟ୍ରଷ୍ଟର କୋଷାଧ୍ୟକ୍ଷ ଏମଡି ଇସଲାମୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha