Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହରିହର ହାଇସ୍କୁଲରେ ନିର୍ମାଣ ହେବ ମହିଳା ମହାବିଦ୍ୟାଳୟର ପାଠଶାଳା ଭବନ

ହରିହର ହାଇସ୍କୁଲରେ ନିର୍ମାଣ ହେବ ମହିଳା ମହାବିଦ୍ୟାଳୟର ପାଠଶାଳା ଭବନ

ସିକା (ୱାଇଏନ୍‍ଏସ୍‍): ଆସିକା ସହରର କେନ୍ଦ୍ରସ୍ଥଳରେ ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଶତାୟୁ ପୁରାତନ ହରିହର ହାଇସ୍କୁଲ ପରିସରରେ ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠଶାଳା ଭବନ ତଥା ବିଦ୍ୟାଳୟ କୋଠା ନିର୍ମାଣ କରିବା ଲାଗି ପ୍ରଶାସନିକ ଅନୁମୋଦନ ମିଳିଥିବା ଜଣାପଡିଛି । ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ମୁଖ୍ୟଯନ୍ତ୍ରୀ (ଗୃହ) ଭୁବନେଶ୍ୱରଙ୍କ ନିକଟକୁ ପ୍ରେରଣ କରାଯାଇଛି ।

ଶତାୟୁ ପୁରାତନ ଆସିକା ହରିହର ହାଇସ୍କୁଲ ପରିସରରେ ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠଶାଳା ଭବନ ତଥା ସ୍କୁଲ ଗୃହ ନିର୍ମାଣ କରିବା ପାଇଁ ୯ କୋଟି ୯୪ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଭିତ୍ତିଭୂମୀକୁ ଆହୁରି ସୁଦୃଢ କରିବା ଲାଗି ନିଆଯାଇଥିବା ଏହି ଯୁଗାନ୍ତକାରୀ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ହରିହର ହାଇସ୍କୁଲ ପରିସରରେ ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦନ ମିଳିବା ପରେ ଏଥି ସକାଶେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ସମେତ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କୁ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ନାରୀଶିକ୍ଷାର ବିକାଶ ଲାଗି ୧୯୮୦ ମସିହା ସେପ୍ଟେମ୍ବର ମାସ ୬ତାରିଖରେ ସ୍ଥାପିତ ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟକୁ ୧୯୯୩ ମସିହା ଫେବୃଆରୀ ମାସ ୧ ତାରିଖରେ ରାଜ୍ୟ ସରକାର ନିଜ ଅଧିନକୁ ନେଇଥିଲେ । ଆସିକା ସରକାରୀ ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ଉନ୍ନତ ମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ପ୍ରତ୍ୟେକ ବର୍ଷ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପରୀକ୍ଷାରେ ଛାତ୍ରୀମାନେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବା ସାଙ୍ଗକୁ ପରୀକ୍ଷା ଫଳ ସନ୍ତୋଷଜନକ ହେଉଥିବା ସାଧାରଣରେ ଆଲୋଚିତ ହେଉଛି । ଆସିକା ସହରର କେନ୍ଦ୍‍ସ୍ଥଳରେ ସ୍ଥପିତ ହୋଇଥିବା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ନିରଞ୍ଜନ ସରକାରୀ ମହିଳା ସ୍ନାତକ ମହାବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ବାତାବରଣ ଥିବାରୁ ବିଭିନ୍ନ ଅଞ୍ଚଳରୁ ଛାତ୍ରୀମାନେ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha