Dailyhunt
ଜଗଦଳପୁର ହାଇସ୍କୁଲରେ ନବମ ଶ୍ରେଣୀର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ

ଜଗଦଳପୁର ହାଇସ୍କୁଲରେ ନବମ ଶ୍ରେଣୀର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ

ସିକା(ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲରେ ୨୦୨୬-୨୭ ଶିକ୍ଷାବର୍ଷ ସକାଶେ ନାମ ଲେଖାଇଥିବା ନବାଗତ ବିଦ୍ୟାର୍ଥୀମାନଙ୍କୁ ସୋମବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଫୁଲ ଚନ୍ଦନ ଅର୍ପଣ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ନବମ ଶ୍ରେଣୀରେ ନାମ ଲେଖାଇଥିବା ନବାଗତ ବିଦ୍ୟାର୍ଥୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, ଜି.ଆନନ୍ଦ ପାତ୍ର ପ୍ରମୁଖ ଯୋଗଦେଇ ନବାଗତ ବିଦ୍ୟାର୍ଥୀମାନେ ସମୟାନୁବର୍ତ୍ତିତା ହୋଇ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ କଠିନ ପରିଶ୍ରମ କରି ଭଲ ପାଠପଢି ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଠାନର ଟେକକୁ ଅକ୍ଷୁର୍ଣ୍ଣ ରଖିବାକୁ ମାର୍ଗଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ଇତିହାସ, ନୀତିନିୟମ, ବିଦ୍ୟାର୍ଥୀଙ୍କ ପାଠପଢାର ସମୟ ସାରଣୀ, ଶୃଙ୍ଖଳିତ ଶିକ୍ଷାଦାନ, ଡ୍ରେସ୍‍କୋର୍ଡ, ସିଲାବସ୍‍, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧାସୁଯୋଗ, ଶିକ୍ଷାନୁଷ୍ଠାନ ପରିସରରେ ଶୃଙ୍ଖଳା ରକ୍ଷା କରିବା, ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ୍‍ ଶିବିରର ଆବଶ୍ୟକତା ସମେତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ ।

ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ନବମ ଶ୍ରେଣୀରେ ନାମ ଲେଖାଇଥିବା ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha