Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜଳ ନିଷ୍କାସନ ସମସ୍ୟା ସମାଧାନ ଦିଗରେପଦକ୍ଷେପ : ଆର୍‌ସିସି ବକ୍ସ ଡ୍ରେନ୍ ପ୍ରକଳ୍ପ ପାଇଁ ପ୍ରଶାସନିକ ମଞ୍ଜୁରି ବୃଦ୍ଧି

ଜଳ ନିଷ୍କାସନ ସମସ୍ୟା ସମାଧାନ ଦିଗରେପଦକ୍ଷେପ : ଆର୍‌ସିସି ବକ୍ସ ଡ୍ରେନ୍ ପ୍ରକଳ୍ପ ପାଇଁ ପ୍ରଶାସନିକ ମଞ୍ଜୁରି ବୃଦ୍ଧି

ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ସହରର ଦୀର୍ଘଦିନର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବାଲିଆ ବସ୍‌ଷ୍ଟାଣ୍ଡରୁ ରେମୁଣା (ହରିପୁର ମହାନାଳ) ପର୍ଯ୍ୟନ୍ତ ଆର୍‌ସିସି ବକ୍ସ ଡ୍ରେନ୍ ନିର୍ମାଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ବିଭାଗ ସଂଶୋଧିତ ପ୍ରଶାସନିକ ମଞ୍ଜୁରି ପ୍ରଦାନ କରିଛି।

ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୧୭ କୋଟି ୭୪ ଲକ୍ଷ ୬୩ ହଜାର ଟଙ୍କାର ମଞ୍ଜୁରି ଥିବାବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରି ୨୬ କୋଟି ୫ ଲକ୍ଷ ୭୩ ହଜାର ୬୦୦ ଟଙ୍କା କରାଯାଇଛି। ବାଲେଶ୍ୱରବାସୀଙ୍କୁ ବର୍ଷାଦିନରେ ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାରୁ ମୁକ୍ତ କରିବା ପାଇଁ ସଦର ବିଧାୟକ ମାନସ କୁମାର ଦତ୍ତ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଉଠାଇଥିଲେ। ସେ ତୁରନ୍ତ ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ବିଭାଗର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଏହାପରେ ବିଭାଗ ପକ୍ଷରୁ ପ୍ରକଳ୍ପର ସଂଶୋଧିତ ବ୍ୟୟ ଅଟକଳକୁ ମଞ୍ଜୁରି ମିଳିଛି।

ସଂଶୋଧିତ ଅନୁମୋଦନ ଅନୁଯାୟୀ, ପ୍ରକଳ୍ପରେ ଜିଏସ୍‌ଟି, କଣ୍ଟିଜେନ୍ସି, ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତର, ମ୍ୟାନହୋଲ୍ କଭର, ସୁରକ୍ଷା ବ୍ୟବସ୍ଥା ଓ ଡି-ୱାଟରିଂ ବ୍ୟବସ୍ଥା ପାଇଁ ମଧ୍ୟ ଆବଶ୍ୟକ ବ୍ୟୟ ସାମିଲ କରାଯାଇଛି। ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବାକୁ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମଞ୍ଜୁରିକୁ ବାଲେଶ୍ୱର ସହରର ବିକାଶ ଦିଗରେ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରି ସଦର ବିଧାୟକ ଶ୍ରୀ ଦତ୍ତ ବାଲେଶ୍ୱରବାସୀଙ୍କ ପକ୍ଷରୁ ରାଜ୍ୟ ସରକାର ଏବଂ ସହରାଞ୍ଚଳ ବିକାଶ ବିଭାଗର ମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସହରର ଜଳ ନିଷ୍କାସନ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବ ଏବଂ ବର୍ଷାଦିନରେ ଜଳବନ୍ଦୀ ସମସ୍ୟାରୁ ସହରବାସୀ ବହୁ ପରିମାଣରେ ଉପକୃତ ହେବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha