Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜନ୍ଜ ବେଦୀରୁ ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରସ୍ଥାନର ବାଟ ନାକଚଣା ଦ୍ଵାର

ଜନ୍ଜ ବେଦୀରୁ ଚତୁର୍ଦ୍ଧା ବିଗ୍ରହଙ୍କ ପ୍ରସ୍ଥାନର ବାଟ ନାକଚଣା ଦ୍ଵାର

 ସନ୍ତୋଷ କୁମାର ଦାଶ

ଆଜି ବାହୁଡ଼ା ଯାତ୍ରା। ଚତୁର୍ଦ୍ଧା ବିଗ୍ରହ ଜନ୍ମ ବେଦୀ ଶ୍ରୀ ଗୁଣ୍ଡିଚା ମନ୍ଦିର ରୁ ରଥ ରେ ଫେରି ଆସିବେ ଶ୍ରୀ ମନ୍ଦିର। ଶ୍ରୀ ମନ୍ଦିର ରେ ଚାରି ଦ୍ଵାର ରହିଥିବା ବେଳେ ଶ୍ରୀ ଗୁଣ୍ଡିଚା ମନ୍ଦିର ରେ ରହିଛି ଦୁଇଟି ଦ୍ଵାର। ଗୁଣ୍ଡିଚା ମନ୍ଦିର ର ଗୋଟିଏ ଦ୍ଵାର ସିଂହଦ୍ବାର ହୋଇଥିବା ବେଳେ ଅନ୍ୟଟି ହେଲା ନାକଚଣା ଦ୍ଵାର।

ଶ୍ରୀ ମନ୍ଦିର ରୁ ଶ୍ରୀ ଜିଉ ମାନେ ରଥ ଯାତ୍ରା ରେ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ପହଞ୍ଚିବା ପରେ ସମସ୍ତ ଙ୍କୁ ଗୋଟି ପହଣ୍ଡି କରି ସିଂହଦ୍ୱାର ବାଟେ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ନିଆ ଯାଇଥାଏ। କିନ୍ତୁ ବାହୁଡ଼ା ଯାତ୍ରା ଦିନ ସମସ୍ତ ଙ୍କୁ ଧାଡ଼ି ପହଣ୍ଡି କରି ନାକଚଣା ଦ୍ଵାର ଦେଇ ରଥକୁ ବିଜେ କରା ଯାଇଥାଏ। ଏଣୁ ନାକଚଣା ଦ୍ଵାର ହେଉଛି ଶ୍ରୀ ଗୁଣ୍ଡିଚା ମନ୍ଦିର ର ପ୍ରସ୍ଥାନ ଦ୍ଵାର ଭାବେ ପରିଚିତ। ଶ୍ରୀ ଗୁଣ୍ଡିଚା ମନ୍ଦିର ର ଏହି ଦ୍ଵାର ର ନାମ ନାକଚଣା ଦ୍ଵାର କାହିକିଁ ହୋଇଛି ସେ ନେଇ ବିଭିନ୍ନ ଲୋକକଥା ଶୁଣିବାକୁ ମିଳେ। ହେରା ପଞ୍ଚମୀ ଦିନ ମା ଲକ୍ଷ୍ମୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦେଖି ବାକୁ ଶ୍ରୀ ମନ୍ଦିର ରୁ ସୁ ସଜ୍ଜିତ ବିମାନ ରେ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ଆସି ସିଂହଦ୍ଵାର ଦେଇ ପ୍ରବେଶ କରିବା ପରେ ସଂଧ୍ୟା ଧୂପ ର ଟେରା ପଡ଼ିଯିବାରୁ ମା ଲକ୍ଷ୍ମୀ କ୍ରୋଧାନ୍ୱିତ ହୋଇ ରାଗ ତମ ତମ ରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରିବା ସମୟ ରେ ତାଙ୍କ ନାକ ର ଏକ ସୁନା ଅଳଙ୍କାର ଯାହାର ନାମ ଚଣା ଖସି ପଡ଼ିଥିଲା। ଏଣୁ ଏହି ଦ୍ଵାର କୁ ନାକଚଣା ଦ୍ଵାର କୁହାଯାଇ ଥାଏ। ଆଉ ଗୋଟିଏ କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ପତ୍ନୀ ଗୁଣ୍ଡିଚା ତାଙ୍କ ହୀରା ଖଚିତ ନାକ ର ଅଳଙ୍କାର ବିକ୍ରୀ କରି ଏହି ଦ୍ଵାର ନିର୍ମାଣ କରି ଥିବାରୁ ଏହି ଦ୍ଵାର ର ନାମ ନାକଚଣା ଦ୍ଵାର ହୋଇଛି।ସେ ଯାହା ହେଉନା କାହିକିଁ ଶ୍ରୀ ଗୁଣ୍ଡିଚା ମନ୍ଦିର ର ନାକଚଣା ଦ୍ଵାର ହେଉଛି ଚତୁର୍ଦ୍ଧା ବିଗ୍ରହ ଙ୍କ ପ୍ରସ୍ଥାନ ର ବାଟ। ଶ୍ରୀ ଜିଉ ମାନେ ଏହି ବାଟ ଦେଇ ନିଜ ଜନ୍ମ ବେଦୀ ରୁ ଶ୍ରୀ ମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥାନ୍ତି। ଜୟ ଜଗନ୍ନାଥ ସ୍ଵାମୀ।।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha