Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଝୁଲଣ ଉତ୍ସବରେ ସଂଗୀତ ପରିବେଷଣ

ଝୁଲଣ ଉତ୍ସବରେ ସଂଗୀତ ପରିବେଷଣ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଅଗ୍ରଣୀ ଭଜନ ଅନୁଷ୍ଠାନ ଆନୁକୂଲ୍ୟରେ ପାଞ୍ଚଦିନ ବ୍ୟାପି ହୋଇଥିବା ଝୁଲଣ ଉତ୍ସବରେ ଝୁଲଣ ସଂଗୀତ ବିଭିନ୍ନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷଣ ହୋଇଯାଇଛି।ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କ୍ରମାନ୍ୱୟରେ ସଲାରମଠର ଶ୍ରୀ ଶ୍ରୀ ଶାନ୍ତିକୁଟିର, ବାୟାବାବା ମନ୍ଦିର, ଫୋରଡ ମଠ, ଗୋପୀନାଥଜୀଉ ମନ୍ଦିର, ଓଲଢି ମଠ, ଶ୍ରୀଲଛମନଜୀଉ ମନ୍ଦିର, ବାଲିପାଟଣା ମଠ, ଠାକୁରପାଟଣାର ଶ୍ରୀ କପିଳଜୀଉଙ୍କ ମନ୍ଦିରରେ ଶିଳ୍ପୀମାନେ ଝୁଲଣ ସଂଗୀତ ପରିବେଷଣ କରି ବହୁ ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି।

ଏହି ଶିଳ୍ପୀମାନଙ୍କ ମଧ୍ୟରେ ମାଷ୍ଟର ବସନ୍ତ କୁମାର ପତି, ମାଷ୍ଟର ମହେଶ୍ୱର ମଣ୍ଡଳ, ଆକାଶବାଣୀ କଣ୍ଠଶିଳ୍ପୀ କ୍ଷୀରୋଦ କୁମାର ନାଥ, ପ୍ରଶାନ୍ତ କୁମାର ମିଶ୍ର, କେଶବ ଚନ୍ଦ୍ର ମହାରଣା, ପାଲାଗାୟକ ଗଗନବିହାରୀ ସିଂହ, ଅରକ୍ଷିତ ସାହୁ, ମୋହନ ଓଝା, ଉମେଶ ଚନ୍ଦ୍ର ଭଦ୍ର, ସୂର୍ଯ୍ୟମଣୀ ନାଥ ପ୍ରମୁଖ ସାମିଲ ଥିଲେ। ତବଲା ବାଦକ ବାନାମ୍ବର ସାମଲ ବାଦ୍ୟ ପରିବେଷଣ କରିଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତମାନେ ଉପସ୍ଥିତ ହୋଇ ହରିବୋଲ ଏବଂ ହୂଳହୁଳି ଧ୍ୱନୀରେ ଝୁଲଣ ସ୍ଥଳକୁ ପ୍ରକମ୍ପିତ କରୁଥିଲେ। ଶ୍ରୀଲଛମନଜୀଉ ମଠ ପକ୍ଷରୁ ସରପଞ୍ଚ ଦୟାନିଧି ଦାସ, ଓଲଢି ମଠ ପକ୍ଷରୁ ହଳଧର ଦାଶ, କପିଳଜୀଉ ମଠ ପକ୍ଷରୁ ବସନ୍ତ କୁମାର ମହଲା, ଫୋରଡ ମଠ ପକ୍ଷରୁ ମହନ୍ତ ହୃଷିକେଶ ଦାସ ପ୍ରମୁଖ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ ଓ ଆଶିର୍ବାଦ ପ୍ରଦାନ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha