Dailyhunt
ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ

ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନ୍ନନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠିକ ଭାବରେ ସଚେତନତା ପତାକା ଦେଖାଇ ଶୁଭ ଆରମ୍ଭ କରିଛନ୍ତି।

ଏହାର ଉଦ୍ଧେଶ୍ୟ ଜିଲ୍ଲାରେ ଓଡିଆ ଭାଷାର ନାମ ଫଳକ ଲିପିବଦ୍ଧ ନିମନ୍ତେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା। ନିଜ ଦୋକାନ ଏଵଂ ବାଣିଜ୍ୟ ପ୍ରତିଷ୍ଠାନ ନାମଫଳକ ଓଡ଼ିଆ ରେ ଲେଖି ଓଡ଼ିଆ ଭାଷାକୁ ସମ୍ମାନ ଦେବା ପାଇଁ ପଦଯାତ୍ରା କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ଦୋକାନ ଓ ବାଣିକ୍ୟକ ପ୍ରତିଷ୍ଠାନ ଆଇନ୍ ଅନୁଯାୟୀ ଓଡ଼ିଆ ଭାଷାରେ ନାମ ଫଳକ ଲେଖା ସମ୍ବନ୍ଧରେ ବିଭିନ୍ନ ପ୍ଲାକାର୍ଡ, ଫାମ୍ପଲେଟ ବ୍ୟାନର ଇତ୍ୟାଦି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାହାରି ମହାରାଜା ପେଲେସ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ସହରର ସମସ୍ତ ଦୋକାନ ଓ ବ୍ୟବାୟୀକ ପ୍ରତିଷ୍ଠାନ, ଓ ବସରେ ନାମ ଫଳକକୁ ଓଡିଆ ଭାଷାରେ ଲିପିବଦ୍ଧ କରିବା ନିମନ୍ତେ ଅନୁରୋଧ କରାଯାଇଛି। ଶୋଭାଯାତ୍ରାରେ ଜିଲ୍ଲା ଶ୍ରମ ଅଧିକାରୀ ଭାରତୀ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଅତିରିକ୍ତ ଶ୍ରମ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶ୍ରମିକ କର୍ମଚାରୀ ମାନେ ସାମିଲ ହୋଇ ସଚେତନତା କରାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha