Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣୀ ହୋଇଥିଲା। ସେହିପରି ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶିକା ଅକ୍ଷୟ କୁମାର ଖେମୁଣ୍ଡୁ ସିଡିଏମ ଓ ଡା.

ବିଷମ୍ବର ବେହେରା,ଉପ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ,ପିଏ ଆଇ ଟି ଡି ଏ ଚନ୍ଦ୍ର କାନ୍ତ ମାଝୀ,ବ୍ଲକ ଅଧକ୍ଷା ଅମ୍ରିତା କାଡ୍ରାକା ମଞ୍ଚାସୀନ ରହିଥିଲେ । ଏଥିରେ ମୋଟ ଅଭିଯୋଗ ଶୁଣାଣି ହୋଇଥିଲା ।ସେଥିରୁ ବ୍ୟକ୍ତି ଗତ ସମସ୍ୟା , ଗୋଷ୍ଟି ଭିର୍ତ୍ତିକ ଅଭିଯୋଗ ରହିଥିଲା । ପାନୀୟ ଜଳ, ରାସ୍ତା, ନିୟମଗିରି ଦୁର୍ଗମ ଗ୍ରାମ ଗୁଡାକରେ ବିଦ୍ୟୁତ, କେନାଲ ମରାମତି, ନୂତନ କେନାଲ ନିର୍ମାଣ ପାଇଁ ଦୁରାନ୍ତରୁ ଚାଷୀ ଆସି ଅଭିଯୋଗ କରିଥିଲେ। ବିଶେଷକରି ବ୍ୟକ୍ତିଗତ ଭାବେ ୪୯ଟି ଗୋଷ୍ଠୀଗତ ୧୪ ଟି ଓ ସହାୟତା ପ୍ରଦାନ ଯାଇଥିବା ବେଳେ ୧ଗୋଟି ତୁରନ୍ତ ଫେସଲା କରି ସମାଧାନ କରିଥିଲେ। ସେହିଭଳ ଆବାସ ଘର ଯୋଗାଣ ନିମନ୍ତେ ଅଭିଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ସମେତ ବିଡ଼ିଓ ମନୀଷା ଦାସ ,ସିଡିପିଓ ମମତା ଦାସ ଓସଡ଼ି ଭାବେ ଶିବପ୍ରସାଦ ସାହୁଙ୍କ ସହ ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha