Dailyhunt
ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ

ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ

ତ୍ରପୁର, (ଓ୍ବାଇଏନଏସ): ଆସ ରେ ଆସ ସ୍କୁଲ ଯିବା ସାଙ୍ଗ ପିଲା ସାଙ୍ଗେ ପାଠ ପଢିବା l ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ପଂଚାୟତ ର ସାନନୋଳିଆନୂଆଗାଁ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପିଲା ମାନଙ୍କୁ ପାରମ୍ପାରିକ ରୀତିନୀତି ଅନୁସାରେ ସିଲଟ ଧରି ଚକ ଖଡ଼ି ରେ ପିଲା ମାନଙ୍କ ହାତ ଧରି ଜିଲ୍ଲାପାଳ ଖଡ଼ିଛୁଆଁଇ ଥିଲେ l ଏହା ସହିତ ସେମାନଂକୁ ମିଷ୍ଟାନ ବାଣ୍ଟିଥିଲେ l ପରେ ପିଲା ମାନଙ୍କ ରଙ୍ଗୋଲି ପାପୁଲି ଛାପ ବିଦ୍ୟାଳୟ କାନ୍ଥ ରେ ଲଗାଇଥିଲେ l ଏହି ଅବସର ରେ ଜିଲ୍ଲାପାଳ ଏକ ସଚେତନତା ରଥ କୁ ମଧ୍ୟ ସେଠାରେ ଶୁଭାରମ୍ଭ କରିଥିଲେ l ଓଡ଼ିଆ ସଂସ୍କୃତି ଓ ପରମ୍ପରା ବଜାଇ ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶକ୍ରମେ ଏଭଳି କାର୍ଯ୍ୟକ୍ରମ ଆୟୋଜିତକରାଯାଉଛି ବୋଲି ମଧ୍ୟ ଜିଲ୍ଲାପାଳ କହିଥିଲେ l ଆଜି ଗଞ୍ଜାମ ଜିଲ୍ଲାର ୨୬୧୭ଟି ସରକାରୀ ବିଦ୍ୟାଳୟ ରେ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଉପଜିଲ୍ଲାପାଳ ଶିବା ଶିଷ ବରାଳ,ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ ଅଗସ୍ତିନୁଆଗାଁ ସରପଞ୍ଚ ଉର୍ମିଳା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ, ଛତ୍ରପୁର ବିଇଓ ସୁଜିତ କୁମାର ପାଢ଼ୀ, ଏବିଇଓ ନମିତା ରାଉତ, ସମଗ୍ର ଶିକ୍ଷା ଅଭିଯାନ ର ଜିଲ୍ଲା ଶୈକ୍ଷିକ ସଂଯୋଜକ ଡ଼ଃ ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ଅନୁସୂଚିତ ଜାତି / ଜନ ଜାତି ସଂଯୋଜକ ଡ଼ଃ ସରୋଜ ମୋହନ ପାଳ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଵାଣିଶ୍ରୀ ମହାରଣା, ସିଆରସିସି ଆର. ଲିପ୍ସା ଙ୍କ ସହ ଗ୍ରାମ୍ୟ କମିଟି, ଏସଏମସି କମିଟି ଏବଂ ସମସ୍ତ ସିଆରସିସି ଓ ବିଦ୍ୟାଳୟ ଶିକ୍ଷକ / ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ତୁଳସୀରାମ ମେହର ସଂଯୋଜନା କରିଥିଲେ l ଆଜି ଏହି ବିଦ୍ୟାଳୟ ରେ ୨୧ ଜଣ ପିଲା ଖଡ଼ିଛୁଆଁଇଥିଲେ l ସେମାନଂକୁ ସ୍କୁଲ ବ୍ୟାଗ ସହିତ ବିଭିନ୍ନ କିଟ ପ୍ରଦାନ କରାଯାଇଥିଲା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha