Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜୁଣପସି ସାହିକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ୫ କିଲୋମିଟର ବୁହାହେଲେ ରୋଗୀ

ଜୁଣପସି ସାହିକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ୫ କିଲୋମିଟର ବୁହାହେଲେ ରୋଗୀ

ହାଟଡିହି (ଓ୍ବାଇଏନଏସ): ସ୍ୱାଧୀନତାର ୭୮ ବର୍ଷ ପରେବି ଜୁଣପସି ସାହିକୁ ନାହିଁ ରାସ୍ତା। ଆଜି ବି ଏହି ସାହିକୁ ଗାଡିଟିଏ ଯାଇ ପାରୁନି। ଆଜି ଗ୍ରାମର ଜଣେ ବ୍ୟକ୍ତି ଅସୁସ୍ଥ ହୋଇଡ଼ିଥିବା ବେଳେ ରୋଗୀଙ୍କୁ ଷ୍ଟ୍ରେଚରରେ ୩କିଲୋମିଟର ବୁହାହୋଇ ନେବାପରେ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ ହଡ଼ଗଡ଼ ପଞ୍ଚାୟତର ପିତାନାଉ ଗ୍ରାମର ଏହି ଜୁଣପସି ସାହିରେ ୩୦ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ୧୫୦ରୁ ଉର୍ଦ୍ଧ ଲୋକ ବାସ କରନ୍ତି। କିନ୍ତୁ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଭିତରେ ଏହି ସାହିଟି ରହିଥିବାରୁ ଏଠାକାର ଲୋକମାନେ ଗମନା ଗମନ, ପାନୀୟଜଳ, ବିଦ୍ୟୁତ ଭଳି ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜି ସାହିର ପଞ୍ଚ ଝାମ୍ପୁଆଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କ ଦେହ ଅସୁସ୍ଥ ହେବା ପରେ ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ଆମ୍ବୁଲାନ୍ସ ଟି ପିତାନାଉ ଦେଇ ଯିବାବେଳେ ସୁନାଶଗଡ଼ ଘାଟି ନିକଟରୁ ଗାଁକୁ ଯାଇ ପାରିନଥିଲା।

ଆମ୍ବୁଲାନ୍ସ ଟି ୩ କିଲୋମିଟର ଦୂରରେ ଅଟକି ରହିଥିଲା। ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ପରିବାର ଲୋକେ ଦୀର୍ଘ ୩ କିଲୋମିଟର ଦୂର ତାଙ୍କୁ ଷ୍ଟ୍ରେଚରରେ ବୋହିବା ପରେ ଆମ୍ବୁଲାନ୍ସରେ ଆଣି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ସମୟରେ ଏଭଳି ଚିତ୍ର ନିଶ୍ଚିତ ଭାବେ ଚିନ୍ତା ଜନକ ବିଷୟ । ଏହି ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ କୁ ମଧ୍ୟ ଆସିବାରେ ନାନା ଅସୁବିଧା ଭୋଗ କରୁଛନ୍ତି।

ପୂର୍ବରୁ ଗ୍ରାମବାସୀଙ୍କ ଉଦ୍ୟମରେ ପିତାନାଉ ଠାରୁ ହଦଗଡ଼ ପର୍ଯ୍ୟନ୍ତ ଏକ ପାଦଚଲା ରାସ୍ତା ନିର୍ମାଣ ହୋଇଥିଲେ ବି ରାସ୍ତା ମଝିରେ ଗୋଟିଏ ନାଳ ପଡୁଥିବା ବେଳେ ରାସ୍ତାରେ ଦୁଇଟି ବଡ଼ ବଡ଼ ପଥର ପଡ଼ୁ ଥିବାରୁ ରାସ୍ତା ଟି ସମ୍ପୂର୍ଣ୍ଣ ହୋଇ ପାରିନି। ଯାହାକୁ ନେଇ ଲୋକମାନେ ନାନା ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କ ରେ ସରପଞ୍ଚ ନିରୁପମା ନନ୍ଦିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ଆଜି କାଲିର ସମସ୍ୟା ନୁହେଁ। ବର୍ଷ ବର୍ଷ ଧରି ସେମାନେ ଏପରି ଅବହେଳିତ ଅବସ୍ଥାରେ କାଳାତିପାତ କରି ଆସୁଛନ୍ତି ବୋଲି କହିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha