Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାଦୁଅରେ ପଚ ପଚ କଇଁଫୁଲିଆ ସେତୁ ମୁଖ୍ୟରାସ୍ତା: ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ

କାଦୁଅରେ ପଚ ପଚ କଇଁଫୁଲିଆ ସେତୁ ମୁଖ୍ୟରାସ୍ତା: ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ

ସିକା (ୱାଇଏନ୍‍ଏସ୍‍) : ଆସିକା ଅଞ୍ଚଳର ସଦାସର୍ବଦା ବ୍ୟସ୍ତବହୁଳ ବିଜୁ ପଟ୍ଟନାୟକ ଛକ ଠାରୁ କଇଁଫୁଲିଆ ଛକକୁ ସଂଯୋଗ କରୁଥିବା ମୁୁଖ୍ୟ ରାସ୍ତାକୁ ଅତିକ୍ରମ କରି ଦୈନିକ ମୁକୁନ୍ଦପୁର, ଚିନିଶିଳ୍ପ ୁନୁଆଗାଁ, ବାବନପୁର, ଭେଟନଇ, ବଡଖୋଲି, କଲେଜଛକ ସମେତ ଆଖପାଖ ଅଞ୍ଚଳର ଶହ ଶହ ଜନତାଙ୍କ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀମାନେ ଯାତାୟତ କରୁଥିବା ବେଳେ ଉକ୍ତ ରାସ୍ତା ଦେଇ ବାଲିପଦର, ବୁଗୁଡା, ନୟାଗଡ, ଓଡଗାଁ, କବିସୂର୍ଯ୍ୟନଗର, ଖଲିକୋଟ, ଭୁବନେଶ୍ୱର ଇତ୍ୟାଦି ଅଞ୍ଚଳକୁ ଯାନବାହାନ ଚଳାଚଳ ମଧ୍ୟ କରୁଥିବା ଜଣାପଡିଛି ।

ଓଡିଶା ସରକାରଙ୍କ ଆର୍ଥିକ ଅନୁଦାନରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ଆରମ୍ଭ ହୋଇଥିବା ବହୁ ପ୍ରତିକ୍ଷିତ କଇଁଫୁଲିଆ ନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିମୂଳକ କାର୍ଯ୍ୟକୁ ସଚେତନ ନାଗରିକ ମହଲରେ ସ୍ୱାଗତ କରାଯାଉଥିଲା ବେଳେ କଇଁଫୁଲିଆ ସେତୁ ମୁଖ୍ୟରାସ୍ତାରେ ଜନସାଧାରଣଙ୍କ ଯାତାୟତର ସମସ୍ୟାକୁ ସଂପୁର୍ଣ୍ଣ ରୂପେ ଜଳାଞ୍ଜଳି ଦେଇ କାଦୁଆ ମାଟି ଟ୍ରାକ୍ଟରରେ ପରିବହନ କରାଯାଉଥିବା ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳର ମୁକୁନ୍ଦପୁର ଗ୍ରାମ ଛକ ଠାରୁ କିଛି ମିଟର ଦୂରରେ ଥିବା କଇଁଫୁଲିଆ ନାଳରେ ବର୍ଷ ବର୍ଷ ଧରି ପୋତି ହୋଇଥିବା କାଦୁଆ ମାଟିକୁ ବାହାର କରିବା ସହ ଟ୍ରାକ୍ଟରରେ ବୋଝେଇ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ସମୟରେ ରାସ୍ତାରେ କାଦୁଆ ଓଦା ମାଟି ପଡି ସାଧାରଣ ଜନତାଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ଏପରିକି ଉକ୍ତ ବ୍ୟସ୍ତବହୁଳ କଇଁଫୁଲିଆ ସେତୁ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପଡୁଥିବା କାଦୁଆ ମାଟିକୁ ଅତିକ୍ରମ କରି ଯିବା ପାଇଁ ସାଧାରଣ ଜନତା ଭୟ କରୁଥିବା ବି ଚର୍ଚ୍ଚା ହେଉଛି । ସାଂପ୍ରତିକ ପରିସ୍ଥିତିରେ ଏହି ଜନସ୍ୱାର୍ଥ ବିରୋଧୀ ସମସ୍ୟା ସଂପର୍କରେ କହିବୁ କାହାକୁ ଶୁଣିବ ବା କିଏ ଭାବି ବହୁ ସଚେତନ ନାଗରିକ ଭାଗ୍ୟକୁ ଆଦରି ନୀରବ ରହିଯାଉଥିବା ଦେଖିବାକୁ ମିଳୁଛି ।

ଦୀର୍ଘ କିଛି ଦିନ ଧରି କଇଁଫୁଲିଆ ସେତୁ ରାସ୍ତାରେ ଏହି ସମସ୍ୟା ଲାଗି ରହିଥିଲା ବେଳେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଯାତାୟତକୁ ସ୍ୱାଭାବିକ କରିବା ଦିଗରେ ପ୍ରଶାସନର ନୀରିବତାକୁ ନେଇ ବି ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । କଇଁଫୁଲିଆ ସେତୁ ରାସ୍ତାରେ ସାମାନ୍ୟ ବର୍ଷାରେ କାଦୁଅ ପଚ ପଚ ହେଉଥିଲା ବେଳେ ଦୁର୍ଭାଗ୍ୟବଶତଃ କୌଣସି ଗାଡିର ଚକା ଯଦି ଖସି ଦୁର୍ଘଟଣାଗ୍ରସ୍ତ ହୋଇ କାହାର ଜୀବନ ଯିବ ଅକାଳରେ ଲିଭିବ ତାହା କିଏ କହିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ସାମାନ୍ୟ ବର୍ଷାରେ କଇଁଫୁଲିଆ ସେତୁ ରାସ୍ତାରେ ଚାଲିବା ଅସମ୍ଭବ ହୋଇପଡୁଥିଲା ବେଳେ ବର୍ଷାଋତୁ ଆରମ୍ଭ ହେଲେ ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉକ୍ତ ରାସ୍ତା ଅତିକ୍ରମ କରି ଯାତାୟତ କରୁଥିବା ଜନସାଧାରଣଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ପଦକ୍ଷେପ ନେବାକୁ ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ତଥା ଯୁବ ଆଇନଜୀବୀ ରାଘବ କୁମାର ନାହାକ ଅନୁରୋଧ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha