Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲଘୁଚାପ ଜନିତ ବର୍ଷାରେ ଧାମନଗର ସହର ଉବୁଟୁବୁ

ଲଘୁଚାପ ଜନିତ ବର୍ଷାରେ ଧାମନଗର ସହର ଉବୁଟୁବୁ

ଧାମନଗର (ଓ୍ବାଇଏନଏସ): ଲଘୁଚାପ ଜନିତ ବର୍ଷାରେ ଧାମନଗର ସହର ଉବୁଟୁବୁ ହୋଇଥିବାବେଳେ ଖାଲୁଆ ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଧାମନଗର ଏନଏସି ଅଞ୍ଚଳରେ ବେଆଇନ ଜବରଦଖଲ,ଜଳ ନିଷ୍କାସନ ସ୍ଥାନରେ ବେଆଇନ ଗୃହ ନିର୍ମାଣ,ଏନଏସିର ଭୂଲ ଜଳ ନିଷ୍କାସନ ନୀତି ପାଇଁ ସାମାନ୍ୟ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଧାମନଗର ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଅଧିନ ଡାଙ୍ଗୁଆ ସାହି ଏବଂ ମହାନ୍ତି ସାହି ରାସ୍ତା ଉପରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ସ୍ଥାନୀୟ ଲୋକମାନେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ସୂଚନା ଅନୁଯାୟୀ ଜବରଦଖଲ ଯୋଗୁଁ ଡ୍ରେନେଜ ବ୍ୟବସ୍ଥା ହୋଇ ପାରୁନାହିଁ ବୋଲି ଗ୍ରାମ ବାସିମାନେ ମତପ୍ରକାଶ କରିଛନ୍ତି। ତେବେ ଯଥାଶୀଘ୍ର ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ସନ୍ତୋଷ ବରାଳ,ସନାତନ ବେହୁରିଆ,ଶୁଶାନ୍ତ ରାଉତ,ମମତା ବରାଳ,ସ୍ନେହଲତା ଜେନା,ଭଗବାନ ବେହୁରିଆ,ରତିକାନ୍ତ ମଲ୍ଲିକ୍ ପ୍ରମୁଖ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha