Dailyhunt
ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି ବ୍ଲକ ଲିଆଖାଇ ଠାରେ ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି.ସମାଜସେବୀ ରଞ୍ଜନ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଶୁଭାରମ୍ଭ କରି କ୍ରୀଡା ସାମାଜିକ,ଶାରୀରିକ ବିକାଶ ସହ ଗୌରବ ବଢ଼େଇ ଥାଏ ବୋଲି କହିଥିଲେ.ଅନ୍ୟତମ ଅତିଥି ରୂପେ ମନୋଜ ପ୍ରଧାନ,ବସନ୍ତ ପ୍ରଧାନ,ଶଙ୍କର ପ୍ରଧାନ,ମକରା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସହିତ କରିଥିଲେ.16 ଟି ଦଳ କୁ ନେଇ ଆୟୋଜିତ ଏହି ଟୁର୍ଣାମେଣ୍ଟ ରେ ବିଜୟୀ ଦଳ କୁ 15 ହଜାର ଓ ରନର ଦଳ କୁ 11 ହଜାର ଟଙ୍କା ସହ ଉଭୟ ଦଳ କୁ କପ ପ୍ରଦାନ କରି ଆପ୍ୟାୟିତ କରାଯିବ।

ପ୍ରଥମ ଦିବସ ଖେଳ ରେ ଖରିଆଗୁଡା ମେଡିକାଲ ଟିମ ସହ ମାଉନ୍ଦପୁର ଟିମ ପ୍ରତିଯୋଗିତା ହୋଇ ଉଭୟ ଦଳ ସମାନ ରନ କରିବା ଫଳରେ ମେଚ ଡ୍ର ହୋଇଛି.ଉଭୟ ଦଳ ପୁଣି ଖେଳିବା ର ସୁଯୋଗ ପାଇବେ ବୋଲି ଆୟୋଜକ ଙ୍କ ତରଫରୁ ସୂଚନା ଦିଆଯାଇଛି.ଖେଳ କୁ ରାମକୃଷ୍ଣ ପ୍ରଧାନ ଓ ଟୁକୁନା ପ୍ରଧାନ ପରିଚାଳନା କରିଥିବା ବେଳେ ପ୍ରିତମ ପ୍ରଧାନ,ରତ୍ନାକର ପ୍ରଧାନ,ମିଟୁ ନାୟକ,ମିଥୁନ ନାୟକ,ଶଙ୍କର କନିଆରୀ,ଲିପୁନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha